ଧୂମ୍‌ଧାମରେ ପାଳନ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା, ପୁରୁଷ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପ୍ରତିବର୍ଷ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ଏହା ପାଳନ କରାଯାଉଛି । ସଙ୍ଘ ସଭାପତି, ସମ୍ପାଦକ କାହ୍ନୁଁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଜି ରାମଦାସ ରେଡି,ରମେଶ ମହାପାତ୍ର, ଦେବ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ସେହିପରି ପୁଇଁତୋଳାରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ସାହିର ଶତାଧିକ ମହିଳା ପୁରୁଷ ଏକ ଶୋଭାଯାତ୍ରାରେ ଋଷିକୂଲ୍ୟା ନଦୀରୁ ପାଣି କଳସ ଆଣିବା ପରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ସେହିପରି ସ୍ଥାନୀୟ ପାଲୁର ଜଙ୍କସନ ନିକଟ ମା’ କାମାକ୍ଷୀ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ପୁରୋହିତ ଗୋପାଳକୃଷ୍ଣ ବ୍ରହ୍ମାଙ୍କ ତତ୍ତ୍ୱାବଧାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ସଭାପତି ସୁନୀଲ କୁମାର ସାହୁ,ସମ୍ପାଦକ ବୃନ୍ଦାବନ ଆଚାର୍ଯ୍ୟ ,ନୟନ ସାସମଲ,ସୁରେଶ ପଣ୍ଡା,ମଦନ ସାହୁ,ପ୍ରଭାକର ସାହୁ ଓ ପିଣ୍ଟୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୂଜା ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ । ମା’ଙ୍କ ଆଳତି ସମୟରେ ବହୁ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

Share
Tags: odisha