ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ କରି ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଇଛନ୍ତି।

୨ ଯୁବକ ସାଙ୍ଗଙ୍କ ସହ ଚକ୍ରତୀର୍ଥକୁ ବୁଲିବାକୁ ଆସିଥିଲେ। ସେଠାରେ ଭୋଜିଭାତ କରି ଖାଇଥିଲେ। ସେଠାରେ ଚରୁଥିବା ଗ୍ରାମର ଉତ୍କଳ ମହାପାତ୍ରଙ୍କ ଖେଳିକୁ ଭାତ ଖୁଆଇ କୌଶଳ କ୍ରମେ ବାଇକ୍‌ ଯୋଗେ ନେଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଲୋକେ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୋଲିସକୁ ଜଣାଇଥିଲେ। ପୋଲିସ ୨ ଯୁବକଙ୍କୁ ହେବାଜତକୁ ନେଇ ତଦନ୍ତ କରୁଛି।