କାରରେ ଆସି ଗୁହାଳରୁ ନେଇଗଲେ ଛେଳି

ପାଟଣା,୯।୭(ବୀରକିଶୋର ଦାଶ):ଦିନ ଦ୍ୱିପ୍ରହରରେ କାରରେ ଆସିଲେ। ଗୁହାଳୁ ଛେଳି ନେଇ ଚାଲିଗଲେ ।
କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣି ଗ୍ରାମର ହୃଷିକେଶ ମହାନ୍ତଙ୍କ ଗୁହାଳୁ ବୁଧବାର ଅପରାହ୍ନରେ କାରରେ ଆସି ୩ ଛେଳି ଚୋରି କରିନେଇଛନ୍ତି। ଛେଳି ଗୁଡ଼ିକର ମୂଲ୍ୟ ୪୦ହଜାର ଟଙ୍କାରୁ ଊଦ୍ଧର୍‌ବହେବ ବୋଲି ଜଣା ପଡ଼ିଛି। ହୃଷୀକେଶଙ୍କ ଘର ସମ୍ମୁଖ ଗୁହାଳରେ ଖାସି ବନ୍ଧା ହୋଇଥିବା ବେଳେ ଖାସି ଗୁଡ଼ିକ ଚୋରି ହୋଇଛି। ଏ ନେଇ ହୃଷିକେଶଙ୍କ ପକ୍ଷରୁ ଅଭିଯୋଗ ପରେ ପାଟଣା ପୋଲିସ ତଦନ୍ତ ଆରମ୍ଭ କରିରିଛି।