Ivan Garrido Gonzalez of FC Goa in action during match 97 of the 7th season of the Hero Indian Super League between FC Goa and Odisha FC held at the Fatorda Stadium, Goa, India on the 17th February 2021 Photo by Deepak Malik / Sportzpics for ISL
ମାର୍ଗାଓ, ୧୮ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଏକ ମ୍ୟାଚରେ ଏଫ୍ସି ଗୋଆ ୩-୧ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆଲବର୍ଟୋ ନୋଗ୍ବେରା (୧୮ତମ ମିନିଟ), ଜର୍ଜ ଓରିଜ୍ ମେଣ୍ଡୋଜା (୨୬ତମ) ଓ ଇଭାନ ଗାରିଡୋ ଗୋଞ୍ଜାଲେଜ୍ (୭୫ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିବାବେଳେ ଓଡ଼ିଶା ଏଫ୍ସି ତରଫରୁ ଡିଏଗୋ ମୌରିସିଓ ଏକମାତ୍ର ଗୋଲ ଖେଳର ୩୦ତମ ମିନିଟ୍ରେ ଦେଇଥିଲେ। ୬ଟି ମ୍ୟାଚ ଅମୀମାଂସିତ ରଖିବା ପରେ ଗୋଆ ବିଜୟ ପଥକୁ ଫେରିଛି। ଅନ୍ୟପକ୍ଷରେ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଥିବା ଓଡ଼ିଶା ଏଫ୍ସିର ତଥାପି ଭାଗ୍ୟୋଦୟ ଘଟି ନାହିଁ। ମ୍ୟାଚରେ ୬୬ ପ୍ରତିଶତ ସମୟ ବଲ ଗୋଆ ଅକ୍ତିଆରରେ ରହିଥିଲା। ଦଳର ପାସ୍ ସଂଖ୍ୟା ୫୦୮ ରହିଥିବାବେଳେ ସେ ତୁଳନାରେ ଓଡ଼ିଶା ଏଫ୍ସିର ସଂଖ୍ୟା ୨୬୭ ରହିଥିଲା। ସେହିପରି ଗୋଆ ୬ଟି କର୍ନର ପାଇଥିବାବେଳେ ଓଡ଼ିଶାକୁ ୨ଟି ମିଳିଥିଲା।