ମାତ୍ର ଏତିକି ଟଙ୍କାରେ ପହଞ୍ଚନ୍ତୁ ଅଯୋଧ୍ୟାରେ…,ଦିଲ୍ଲୀରୁ ଆରମ୍ଭ ହେଲା ପ୍ରଥମ ଫ୍ଲାଇଟ୍

ନୂଆଦିଲ୍ଲୀ, ୩୦।୧୨: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ କିଛି ଦିନ ପରେ ଅଯୋଧ୍ୟାରେ ରାମ ମନ୍ଦିର ସମସ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ‘ମହର୍ଷି ବାଲ୍ମୀକି ବିମାନ ବନ୍ଦର’ ଉଦଘାଟନ କରିଛନ୍ତି। ଏହା ସହିତ ୧୫,୭୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉପହାର ମଧ୍ୟ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ପୁନଃନିର୍ମିତ ରେଳ ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଲଞ୍ଚ କରିଛନ୍ତି।

ଏହାରି ମଧ୍ୟରେ ଇଣ୍ଡିଗୋ ଦିଲ୍ଲୀରୁ ନବନିର୍ମିତ ଅଯୋଧ୍ୟା ଏୟାରପୋର୍ଟକୁ ପ୍ରଥମ ବିମାନ ଯାତ୍ରା ଆରମ୍ଭ କରିଛି। ଏଥିରେ ଯାତ୍ରୀମାନେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଜୟ ଶ୍ରୀରାମ ନାରା ଲଗାଇଥିଲେ। ଫ୍ଲାଇଟର କ୍ୟାପଟେନ କେକ୍ କାଟି ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଙ୍କର ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ। ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିବାର ଅନୁମାନ କରାଯାଉଛି।

ଯଦି ଆପଣ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେବେ ମାତ୍ର ୪ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସେଠାରେ ପହଞ୍ଚିପାରିବେ। ଇଣ୍ଡିଗୋ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ୬ ଜାନୂୟାରୀକୁ ଦିଲ୍ଳୀରୁ ଅଯୋଧ୍ୟା ପାଇଁ ଫ୍ଲାଇଟ ଟିକେଟ ମାତ୍ର ୩,୯୯୯ ଟଙ୍କା ରହିଛି।

ସେହିଭଳି ୧୦ ଜାନୁୟାରୀକୁ ଦିଲ୍ଲୀରୁ ଅଯୋଧ୍ୟା ଫ୍ଲାଇଟ୍ ଟିକେଟ ୩,୫୯୭ ଟଙ୍କା ରହିଛି। ଫେରିବା ପାଇଁ ଭଡ଼ା ୩,୫୯୮ ଟଙ୍କା ରହିଛି। ଯଦି ଆପଣ ଅହମ୍ମଦାବାଦରୁ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେବେ ଆପଣ ଇଣ୍ଡିଗୋ ବିମାନରେ ୫,୧୯୯ ଟଙ୍କା ଦେଇ ଯାଇପାରିବେ।

Share