ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଇତିହାସ ରଚିଲେ।
ବଡମାଧପୁର ଗଞ୍ଜାମ ଟାଇକୋଣ୍ଡୋ ଏକାଡେମୀ ଗତ କିଛି ବର୍ଷ ଧରି ଯୁବ ପିଢ଼ିଙ୍କୁ ଶାରୀରିକ ସଚେତନତା, ଶିଷ୍ଟାଚାର, ମନୋବଳ ଓ ଦୃଢ଼ତା ମାର୍ଶାଲ ଆର୍ଟ ମାଧ୍ୟମରେ ପରିଚିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏକାଡେମୀର ନିୟମିତ ଶିକ୍ଷାଦାନ, ଅନୁଶାସନ, ମାନସିକ ସମର୍ଥନ ଓ କଠୋର ଅଭ୍ୟାସ ଯୋଜନାର ପରିଣତିରେ ପ୍ରତିବର୍ଷ ଏଠାରୁ ଅନେକ ଯୋଦ୍ଧା ଉନ୍ନତି କରୁଛନ୍ତି। ଗତ ନଭେମ୍ବର ୩୦ ଅନୁଷ୍ଠିତ ଅରୁଣାଚଳ ପ୍ରଦେଶରେ ହେଉଥିବା ୬୯ତମ ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଟିମ ଅଣ୍ଡେର୍‌ ସେଭେଣ୍ଟିନ ଟିମ ରେ ଖେଳି ସେ କାଂସ୍ୟ ପଦକ ଜିତିଥିଲେ, ଯାହା ଏହି ଅଞ୍ଚଳ ପାଇଁ ତଥା ବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ଏବଂ ସେ ଶନିବାର ଗାଁକୁ ଫେରିଛନ୍ତି ଏବଂ ତାଙ୍କୁ ଖୁବ ଧୁମଧାମରେ ସ୍ବାଗତ କରାଯାଇଛି ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଧିରେଶ୍ୱର ବିଦ୍ୟାପୀଠ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ,ଶାରୀରିକ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଶତପଥୀ ତଥା ଏକାଡେମୀର ପ୍ରଶିକ୍ଷକ ଇ. ଲଳିତ କୁମାର ,ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ସମ୍ପାଦକ କେ ମନୋଜ ପ୍ରଧାନ ଶ୍ୟାମାକାଳୀ ଯୁବକ ସଂଘ ଓ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି।

Dharitri – Odisha’s No.1 Odia Daily

 

Share