Categories: Home Leftଖେଳ

ପାର୍ଟିରେ ଏଭଳି କ’ଣ ହେଲା, ଯାହା ପରେ ମ୍ୟାକ୍ସୱେଲଙ୍କୁ ନିଆଗଲା ହସ୍ପିଟାଲ

ସିଡନୀ,୨୨।୧: ଗ୍ଲେନ ମ୍ୟାକ୍ସୱେଲଙ୍କ ପାଇଁ ପାର୍ଟି କରିବା ଭାରି ପଡିଲା, ଯାହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଗଲା। ବିଳମ୍ବିତ ରାତିରେ ଆଡିଲେଡରେ ପାର୍ଟି କରୁଥିବା ବେଳେ ମ୍ୟାକ୍ସୱେଲ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମ୍ୟାକ୍ସୱେଲ ମଦ୍ୟପାନ କରିଥିଲେ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ବର୍ତ୍ତମାନ ମ୍ୟାକ୍ସୱେଲଙ୍କ ମାମଲାର ତଦନ୍ତ କରୁଛି।

ରିପୋର୍ଟ ଅନୁଯାୟୀ, ମ୍ୟାକ୍ସୱେଲ ମଦ୍ୟପାନ କରି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲିଙ୍କ ବ୍ୟାଣ୍ଡ ସିକ୍ସ ଆଣ୍ଡ ଆଉଟ’ର କନ୍ସର୍ଟ ଦେଖୁଥିଲେ। ଏହି ସମୟରେ ଅଷ୍ଟ୍ରେଲୀୟ ବ୍ୟାଟର ହଠାତ୍‌ ଅସୁସ୍ଥ ହୋଇପଡିଥିଲେ, ଯାହା ଫଳରେ ତାଙ୍କୁ ରୟାଲ ଆଡିଲେଡ ହସ୍ପିଟାଲକୁ ନିଆଯାଇଯାଇଥିଲା। ତେବେ ମ୍ୟାକ୍ସୱେଲ କିଛି ସମୟ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ।