CORTINA D'AMPEZZO, ITALY - MAY 24: Egan Arley Bernal Gomez of Colombia and Team INEOS Grenadiers Pink Leader Jersey stage winner celebrates at arrival during the 104th Giro d'Italia 2021, Stage 16 a 153km stage shortened due to bad weather conditions from Sacile to Cortina d'Ampezzo 1210m / @girodiitalia / #Giro / on May 24, 2021 in Cortina d'Ampezzo, Italy. (Photo by Stuart Franklin/Getty Images)
ରୋମ୍, ୨୫ା୫: ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍ର ୧୫ତମ ଷ୍ଟେଜ୍ ଜିତିଛନ୍ତି କଲମ୍ବିଆର ଇଗାନ୍ ବର୍ନାଲ ଗୋମେଜ୍। ସେ ୪ ଘଣ୍ଟା ୨୨ ମିନିଟ ୪୧ ସେକେଣ୍ଡ ଟାଇମିଂରେ ରେସ୍ ଶେଷ କରିଥିଲେ। ସୋମବାର ଏହି ରେସ୍ ସାସିଲିଠାରୁ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ଯୋଗୁ ରେସ୍ରୁ ଦୁଇଟି ପ୍ରମୁଖ ପାର୍ବତ୍ୟାଞ୍ଚଳ ପାସୋ ଫେଡାଇଆ ଓ ପାସୋ ପୋର୍ଡୋଇକୁ ବାଦ୍ ଦିଆଯାଇଥିଲା। ଏହି ଅଞ୍ଚଳରେ ବର୍ଷା ସହ ତୁଷାରପାତ ହେବା ପୂର୍ବାନୁମାନ କରାଯାଇଥିଲା। ରେସ୍କୁ ୨୧୨ କି.ମି.ରୁ ୧୫୩ କି.ମି.କୁ ହ୍ରାସ କରାଯାଇଥିଲା। ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍ର ଏହି ଷ୍ଟେଜ୍କୁ ‘କୁଇନ୍ ଷ୍ଟେଜ୍’ କୁହାଯାଇଥାଏ। ଫ୍ରାନ୍ସର ରୋମେନ ବାର୍ଡେଟ୍ ଗୋମେଜଙ୍କଠାରୁ ୦:୦୦:୨୭ ସେକେଣ୍ଡ ପଛରେ ଦ୍ୱିତୀୟ ଏବଂ ଇଟାଲିର ଡାମିଆନୋ କାରୁସୋ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ଚତୁର୍ଥ ଓ ୫ମ ସ୍ଥାନ ଯଥାକ୍ରମେ ଇଟାଲିର ଗିଉଲିଓ ସିକୋନ୍ ଓ ଗ୍ରେଟ୍ ବ୍ରିଟେନ୍ର ହଗ୍ କାର୍ଥି ଅଧିକାର କରିଥିଲେ। ଷ୍ଟେଜ୍ ୧୬ ପରେ ଜେନେରାଲ କ୍ଲାସିଫିକେଶନରେ ଗୋମେଜ ୬୬:୩୬:୦୪ ଟାଇମିଂ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଡାମିଆନୋ କାରୁସୋ (୦:୦୨:୨୪) ଓ ହଗ୍ କାର୍ଥି (୦:୦୩:୪୦) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।