Categories: ଗଞ୍ଜାମ

ଝିଅମାନଙ୍କୁ ଆତ୍ମନିର୍ଭର ସୁରକ୍ଷା ଦେଇ ପାରିବ…

ଗଞ୍ଜାମ,୧୮।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରସ୍ଥିତ ଇଣ୍ଡୋର ଷ୍ଟାଡୟମଠାରେ ଜିଲା ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା ରବିବାର ଶୁଭାରମ୍ଭ ହୋଇଯାଇଛି। ଛତ୍ରପୁର ଲୋକପ୍ରିୟ ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସ, ଭାଜପା ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ରେଡି, ଯୁବ ସଂଗଠକ ରାକେଶ ରଞ୍ଜନ ଦାସ, ସରପଞ୍ଚ ପ୍ରତିନିଧି ସରୋଜ ଦାସ (ବାପି ), ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ଜୟଶ୍ରୀ କେମିକାଲସ କରମେଟ ସ୍କୁଲ କ୍ରୀଡା ଶିକ୍ଷକ ସୁନିଲ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।

କୋଚ ପ୍ରମୋଦ କୁମାର ଅlପାତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କିକ ବକ୍ସିଂ ଭଳି ପ୍ରତିଯୋଗିତା ଦ୍ୱାରା ଝିଅମାନେ ନିଜକୁ ଆତ୍ମନିର୍ଭର ସୁରକ୍ଷା ଦେଇ ପାରିବ ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ତିନି ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ଏହି ଉପଲକ୍ଷେ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ର ମାନଙ୍କ ସମେତ ବିଧାୟକ ମାର୍ସଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

Dharitri – Odisha’s No.1 Odia Daily