ପୁରୁଷବନ୍ଧୁ ଆଗରେ ଯୁବତୀଙ୍କୁ ଗଣବଳାତ୍କାର, ଜବରଦସ୍ତ ପୀଡ଼ିତାଙ୍କଠାରୁ ନେଇଗଲେ ୧୦,୦୦୦ ଟଙ୍କା

ଗୁଆହାଟୀ,୨୫ା୨: ଆସାମର ସିଲ୍‌ଚରରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କଠାରୁ ଜବରଦସ୍ତ ୧୦,୦୦୦ ଟଙ୍କା ନେଇଯାଇଛନ୍ତି। ଗତ ୧୯ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିବାବେଳେ ସିଲ୍‌ଚର ସଦର ଥାନାରେ ମାମଲା ରୁଜୁ ହୋଇଛି। ପୀଡ଼ିତା ଦେଇଥିବା ଏତଲା ଅନୁଯାୟୀ,  ୭ଜଣ ଲୋକ ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରିବା ପରେ ତାଙ୍କ ମୋବାଇଲ୍‌ ଫୋନ୍‌ରୁ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ଟ୍ରାନ୍ସଫର କରାଇବାକୁ ବାଧ୍ୟ କରିଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାର୍‌ରେ ଯାଉଥିବାବେଳେ ସିଲ୍‌ଚର ସହରଠାରୁ କିଛି ଦୂର ବାଇପାସ୍‌ ରୋଡରେ ଅଭିଯୁକ୍ତମାନେ ଏକ ମହିନ୍ଦ୍ରା ଥାର୍‌ ଗାଡ଼ିରେ ପହଞ୍ଚି ଆକ୍ରମଣ କରିଥିଲେ। କାର୍‌ରେ ୭ରୁ ୮ ଜଣ ଥିଲେ। ପୀଡ଼ିତା ୨ ଅଭିଯୁକ୍ତଙ୍କ ପରିଚୟ ଦେଇଥିବାବେଳେ ସେମାନଙ୍କୁ ଗିରଫ କରାଯାଇଛି।

Dharitri – Odisha’s No.1 Odia Daily

Share