ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ଆର୍.ଉଦୟଗିରି ଥାନା ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମୁଖରେ। ରାସ୍ତା କଡ଼ରେ ଥିବା ଏକ ବିରାଟକାୟ ଗଛ ୩୭୬ ଜାତୀୟ ରାଜପଥ ଉପରେ ପଡି ଯାଇଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡ଼ି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରିଛନ୍ତି । ଫଳରେ ଯାତାୟତ ସ୍ବଭାବିକ ହୋଇଛି।