ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ…
-ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ ଶୀତଦିନେ ବିଭିନ୍ନ ଉପାୟ କରିପାରିବେ। ଖାଦ୍ୟପେୟରେ ସାବଧାନତା ସହିତ ଏକ୍ସରସାଇଜ୍‌ ଓ କିଛି ଘରୋଇ ଚିକିତ୍ସା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିପାରିବେ।
-ଜଏଣ୍ଟ ପେନ୍‌ ହେଉଥିବା ସମୟରେ ଉଷୁମ ସେକ ଦିଅନ୍ତୁ। ପାଣି ପଟି କିମ୍ବା ହଟ୍‌ ୱାଟର ବ୍ୟାଗ୍‌ରେ ସେକ ଦିଅନ୍ତୁ।
-ଦରଜ ହେଉଥିବା ସ୍ଥାନରେ ତେଲ ଲଗାଇ ପ୍ରତିଦିନ ମାଲିସ କରନ୍ତୁ।
-ପ୍ରତିଦିନ ସକାଳେ ୩୦-୪୦ ମିନିଟ୍‌ ପର୍ଯ୍ୟନ୍ତ ଯୋଗ, ବ୍ୟାୟାମ କରିବା ସହିତ କିଛି ସମୟ ଚାଲନ୍ତୁ।
-ସକାଳୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ସବୁଦିନ ଖରାରେ ବସନ୍ତୁ। କାରଣ ସକାଳ ଖରାରେ ଭିଟାମିନ୍‌ ଡି ରହିଛି ଯାହା ହାଡ଼ ମଜଭୁତ କରିବାରେ ସହାୟକ ହୋଇଥାଏ।
-ଓମେଗା-୩ ଓ ଭିଟାମିନ୍‌ ସି ଥିବା ଖାଦ୍ୟ ଖାଆନ୍ତୁ। ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଅନ୍ତୁ। ହଳଦୀ, ଅଦା, ରସୁଣ, ଡାଳଚିନି ଓ ଗୋଲମରିଚ ଭଳି
-ବିଭିନ୍ନ ଆଣ୍ଟିଇନ୍‌ଫ୍ଲାମେଟୋରି ଖାଦ୍ୟ ଖାଆନ୍ତୁ।
-ବାସି ଖାଦ୍ୟ ଖାଆନ୍ତୁ ନାହିଁ। ହଠାତ୍‌ କୌଣସି ଭାରି ଜିନିଷ ଉଠାନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପେନ୍‌କିଲର ଖାଆନ୍ତୁ ନାହିଁ।
-ବହୁତ ଲମ୍ବା ସମୟ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ରାତିରେ ଠିକ୍‌ ସମୟ ଭରପୂର ନିଦରେ ଶୁଅନ୍ତୁ।
ଏସବୁ କରିବା ପରେ ଯଦି ଦରଜ କମ୍‌ ହେଉ ନ ଥିବ ତାହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

 

Dharitri – Odisha’s No.1 Odia Daily