ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)-ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ମଙ୍ଗଳବାର ଆଇନଜୀବୀ ସୋମନାଥ ନାୟକଙ୍କ ଭଞ୍ଜନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାୟକ ଅଧ୍ୟକ୍ଷତା କରି ଘୁମୁସର ଇତିହାସ, ଦିବସ ଓ ଉକ୍ତ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ସୁଶାନ୍ତ ପାତ୍ର, ସଭ୍ୟ ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ସୁରେନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ନିମନ୍ତ୍ରିତ ସଭ୍ୟ ଦେବାଶିଷ ସାହୁ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସେପ୍ଟେମ୍ବର ୧୧ ତାରିଖ ଘୁମୁସର ଦିବସକୁ କିଭଳି ସଫଳ କରାଯିବ ସେ ଉପରେ ଆଲୋଚନା କରିଥିଲେ। ଉକ୍ତ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମେତ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସୁରେନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।