ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର ସରକାର ଉକ୍ତ ଘାଟି ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ୨୦୨୮ ସୁଦ୍ଧା ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିବାକୁ ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯଦି କାର୍ଯ୍ୟ ଆରମ୍ଭ କରାଯାଇନାହିଁ ତେବେ ସରକାର ଦେଇଥିବା ସମୟସୀମା ମଧ୍ୟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସାରିବା କେତେ ଦୂର ସମ୍ଭବ, ତାହା କହିବା ମୁସ୍କିଲ। ଏହାର ପ୍ରତିବାଦରେ ଆସନ୍ତା ୧୭ରେ ବଡ଼ଧରଣର ଆନ୍ଦୋଳନ ହେବାକୁ ଯାଉଥିବା ନେଇ ଏକ ଖବରଦାତା ସମ୍ମିଳନୀରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି।