ଆକ୍ରା,୧୩ା୧୦: ଘାନା ପଞ୍ଚମ ଆଫ୍ରିକୀୟ ଦେଶ ଭାବେ ୨୦୨୬ ବିଶ୍ୱକପ୍ ଯୋଗ୍ୟତା ହାସଲ କରିଛି। ଘାନା ହେଉଛି ୨୦୧୦ କ୍ୱାର୍ଟରଫାଇନାଲିଷ୍ଟ। ଆସନ୍ତା ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁଥିବା ଟୁର୍ନାମେଣ୍ଟ ଲାଗି ପୂର୍ବରୁ ଯୋଗ୍ୟତା ହାସଲ କରିଥିବା ଅନ୍ୟ ଅଫ୍ରିକୀୟ ଦେଶଗୁଡ଼ିକ ହେଲେ ଆଲଜେରିଆ, ଇଜିପ୍ଟ, ମରକ୍କୋ ଓ ଟ୍ୟୁନିସିଆ।
ଯୋଗ୍ୟତା ହାସଲ କରିବା ଲାଗି ଘାନା କମୋରସ ବିପକ୍ଷ ଏହାର ଶେଷ ଗ୍ରୁପ୍-୧ ମ୍ୟାଚରେ ଗୋଟିଏ ପଏଣ୍ଟ ଆବଶ୍ୟକ କରୁଥିଲା। ଦଳ ଆକ୍ରା ସ୍ପୋଟର୍ସ ଷ୍ଟାଡିୟମରେ ଏହି ମ୍ୟାଚ ୧-୦ ଗୋଲ୍ରେ ବିଜୟ ଲାଭ କରିଥିଲା। ଫଳରେ ଦଳ ପଛକୁ ପଛ କ୍ରମାଗତ ଦୁଇଥର ବିଶ୍ୱକପ୍ ଯୋଗ୍ୟତା ହାସଲ କରିପାରଛି।
ମାତ୍ର ମାଲିଠାରେ ଦ୍ୱିତୀୟ ସ୍ଥାନରେ ଥିବା ମାଡାଗାସ୍କର ମାଡାଗାସ୍କାର ପରବର୍ତ୍ତୀ ସମୟରେ ମାଲିଠାରୁ ୪-୧ରେ ହାରିଯାଇଥିଲା। ଟୋଟେନହାମ୍ ଫରଓ୍ବାର୍ଡ ମହମ୍ମଦ କୁଡୁସ ୪୭ତମ ମିନିଟରେ ନିର୍ଣ୍ଣାୟକ ଗୋଲ୍ରେ ଘାନା ଯୋଗ୍ୟତା ଅର୍ଜନ କରିଥିଲା।ମ୍ୟାଚରେ ପରାଜିତ ହୋଇଥିଲେ ମଧ୍ୟ ମାଡାଗାସ୍କଦ୍ୱିତୀୟ ସ୍ଥାନରେ ରହିଛି।