ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ: ୧୧ ଲକ୍ଷ ଅଚଳ ଟଙ୍କା ସହିତ ୧୦୦ ବେନାମୀ ସମ୍ପତ୍ତି ଜବତ

ଲକ୍ଷ୍ନୌ,୩୧।୧୨: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଖଣି ଦୁର୍ନୀତିରେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ପ୍ରବତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆମେଠି ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୧୧ ଲକ୍ଷ ଟଙ୍କାର ଅଚଳ ଟଙ୍କା ମିଳିଥିବା କୁହାଯାଉଛି। ସେହିପରି ୧୦୦ ବେନାମୀ ସମ୍ପତ୍ତିର କାଗଜପତ୍ର, ୫ ଲକ୍ଷ ଟଙ୍କାର ଷ୍ଟାମ୍ପ୍‌ ପେପର, ନଗଦ ଦେଢ଼ ଲକ୍ଷ ଟଙ୍କା ଆଦି ଜବତ ହୋଇଛି। ଗାୟତ୍ରୀଙ୍କ ନାମରେ ଲକ୍ଷୌ, କାନପୁର, ମୁମ୍ବାଇ, ସୀତାପୁର ଆଦି ୬ ଟି ସ୍ଥାନରେ ସ୍ଥାବର ସମ୍ପତ୍ତି ରହିଛି। ଏସବୁ ସମ୍ପତ୍ତି ଖଣି ଦୁର୍ନୀତିରୁ ହସ୍ତଗତ ହୋଇଥିବା ଟଙ୍କାରୁ କିଣା ଯାଇଥିବା ଅଭିଯୋଗ ହୋଇଛି। ୨୦୧୨ରୁ ୨୦୧୬ ମଧ୍ୟରେ ରାଜ୍ୟରେ ଖଣି ଦୁର୍ନୀତି ହୋଇଥିବା ଅଭିଯୋ ହୋଇଛି। ଏନେଇ ଇଡ଼ି ପକ୍ଷରୁ ତନାଘନା ଜାରି ରହିଛି।