Categories: Home Leftଖେଳ

ଶୁବମନ ଗିଲ୍‌ଙ୍କ ବିଫଳତାର କାରଣ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୩୧ା୧୨: ଶୁବମନ ଗିଲ୍‌ଙ୍କ ବିଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଗିଲ୍‌ ବିଫଳ ହେଉଛନ୍ତି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟର ପ୍ରଥମ ମ୍ୟାଚ୍‌ର ଉଭୟ ଇନିଂସରେ ଗିଲ୍‌ ଯଥାକ୍ରମେ ୨ ଏବଂ ୨୬ ରନ୍‌ କରିଥିଲେ। କେବଳ ଏହି ଦୁଇ ଇନିଂସ ନୁହେଁ ନିକଟ ଅତୀତରେ ଗିଲ୍‌ ଅନେକ ଥର ବିଫଳ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ଧୈର୍ଯ୍ୟର ଆବଶ୍ୟକ କରିଥାଏ।

ଟି୨୦ ଓ ଦିନିକିଆ କ୍ରିକେଟରେ ଭିନ୍ନ ଧରଣର ଟେକ୍‌ନିକ୍‌ର ଆବଶ୍ୟକ ପଡ଼ିଥାଏ। ଉଭୟ ଫର୍ମାଟରେ ଭିନ୍ନ ବଲ୍‌ ଖେଳା ଯାଉଥିବା ବେଳେ ଟେଷ୍ଟରେ ଖେଳିବା ପାଇଁ ଭିନ୍ନ ଟେକ୍‌ନିକ୍‌ର ଆବଶ୍ୟକ। ରେଡ୍‌ ବଲ୍‌ରେ ଅଧିକ ବାଉନ୍ସ ଦେଖିବାକୁ ମିଳିଥାଏ। ତେଣୁ ଟେଷ୍ଟ କ୍ରିକେଟରେ ବ୍ୟାଟିଂ କରିବା ସମୟରେ ଏହାକୁ ଧ୍ୟାନରେ ରଖିବାକୁ ପଡିବ ବୋଲି ଗାଭାସ୍କର କହିଛନ୍ତି।