Categories: Home Leftଖେଳ

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ ପ୍ରଚଳିତ ଦଣ୍ଡାଦେଶ କାମ ଦେଉ ନ ଥିବା ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଇଂଲଣ୍ଡ ଓପନର ବେନ ଡକେଟଙ୍କୁ ୨ କୋଟି ଟଙ୍କାରେ କିଣିବା ପରେ ବି ସେ ଆଇପିଏଲ୍‌ ଆରମ୍ଭ ପୂର୍ବରୁ ଟୁର୍ନାମେଣ୍ଟରୁ ଓହରି ଯାଇଥିଲେ, ଯାହା ଫଳରେ ଦିଲ୍ଲୀ ଦଳର ପ୍ରସ୍ତୁତି ପ୍ରଭାବିତ ହୋଇଥିଲା।

ଇଂଲଣ୍ଡ ଟେଷ୍ଟ କ୍ୟାରିୟର ଉପରେ ଧ୍ୟାନଦେବାକୁ ଚାହୁଁଛନ୍ତି। ଏହା ବୁଝିବା କଷ୍ଟକର ନୁହେଁ। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ବୁଝିବାର ଅର୍ଥ ନୁହେଁ ଯେ, ଲିଗ୍‌ ପ୍ରଭାବିତ ହେବ। ବିସିସିଆଇକୁ ଏହି ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ। କାରଣ ଦୁଇ ବର୍ଷ ବ୍ୟାନ ଦଣ୍ଡାଦେଶ କାମ ଦେଉ ନାହିଁ।

ଖେଳାଳିଙ୍କୁ ପ୍ରଭାବିତ କଲା ଭଳି ଦଣ୍ଡାଦେଶ ଦରକାର। ଯେଉଁ ପର୍ଯ୍ୟନ୍ତ ଦଣ୍ଡାଦେଶ ଖେଳାଳିଙ୍କୁ ପ୍ରଭାବିତ କରିବ ନାହିଁ, ସେ ପର୍ଯ୍ୟନ୍ତ ଖେଳାଳିଙ୍କର ଆଇପିଏଲ୍‌କୁ ଫେରିବାର ସମ୍ଭାବନା କମ ରହିବ ବୋଲି ଗାଭାସ୍କର କହିଛନ୍ତି।

ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଆଇପିଏଲ୍‌ ଅକ୍ସନରେ କିଣା ହେବା ପରେ ବିନା କୌଣସି ଆହତ ସମସ୍ୟା ସତ୍ତ୍ୱେ ଲିଗ୍‌ରୁ ଓହରିଲେ ବିଦେଶୀ ଖେଳାଳିଙ୍କୁ ୨ ବର୍ଷ ଲାଗି ବ୍ୟାନ୍‌ କରାଯିବାର ବ୍ୟବସ୍ଥା ରହିଛି। ଡକେଟଙ୍କ ଭଳି ଗତ ବର୍ଷ ଇଂଲଣ୍ଡର ହ୍ୟାରି ବ୍ରୁକ ମଧ୍ୟ ଲିଗ୍‌ରୁ ଓହରିଯାଇଥିଲେ। ଏଥିଯୋଗୁ ତାଙ୍କୁ ଆଇପିଏଲ୍‌ରୁ ବ୍ୟାନ କରାଯାଇଛି।

Share