Categories: Home Leftଖେଳ

ଗୌତମ ଗମ୍ଭୀରଙ୍କ ଘରେ ଡିନର ପାର୍ଟି: ଶୁଭମନ ଗିଲ, ରାହୁଲ, ସିରାଜ ସମେତ ଟିମ୍ ଇଣ୍ଡିଆ ଷ୍ଟାଫ ଉପସ୍ଥିତ

ନୂଆଦିଲ୍ଲୀ,୮।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅକ୍ଟୋବର ୧୦ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଦିଲ୍ଲୀରେ ନିଜ ଆଲିଶାନ ଘରେ ଦଳର ସମସ୍ତ ଖେଳାଳି ଓ ଷ୍ଟାଫ ସଦସ୍ୟଙ୍କୁ ଡିନର ପାର୍ଟି ପାଇଁ ଆମନ୍ତ୍ରଣ କରିଛନ୍ତି। ୮ ଅକ୍ଟୋବର ରାତିରେ ଆୟୋଜିତ ଏହି ପାର୍ଟିରେ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ, କେଏଲ ରାହୁଲ, ମହମ୍ମଦ ସିରାଜ, ଜସପ୍ରୀତ ବୁମରାହ, ୟଶସ୍ୱୀ ଜୟସ୍ୱାଲ, ପ୍ରସିଦ୍ଧ କ୍ରିଷ୍ଣ, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ସମେତ ସମସ୍ତ ଖେଳାଳି ଓ ଷ୍ଟାଫ ସଦସ୍ୟ ଉପସ୍ଥିତ ଥିଲେ।

ଖେଳାଳିମାନେ କ୍ୟାଜୁଆଲ ପୋଷାକରେ ଏକାଠି ବସ୍‌ରେ ଗମ୍ଭୀରଙ୍କ ଘରେ ପହଞ୍ଚିଥିଲେ। ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଟେଷ୍ଟ ଶୁକ୍ରବାର ସକାଳ ୯:୩୦ରେ ଆରମ୍ଭ ହେବ।

Dharitri – Odisha’s No.1 Trusted Odia Daily