ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଡିଲେଡ୍ ଓଭାଲରେ ଖେଳାଯିବ। ଟିମ ଇଣ୍ଡିଆକୁ ଏହି ଗ୍ରାଉଣ୍ଡରେ ଜିତିବାକୁ ପଡିବ, କାରଣ ମ୍ୟାଚ୍ ହାରିଲେ ସିରିଜ ହାତରୁ ଚାଲିଯିବ। ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବା ପାଇଁ କଠିନ ପରିଶ୍ରମ କରୁଛି। ଖେଳାଳିମାନେ ମଙ୍ଗଳବାର ଆଡିଲେଡରେ ଜୋରଦାର ଅଭ୍ୟାସ କରିଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ ଏବଂ କେଏଲ ରାହୁଲ ବ୍ୟାପକ ଅଭ୍ୟାସ କରିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯଶସ୍ବୀ ଜୟସ୍ବାଲ । କାରଣ ଜୟସ୍ବାଲ ହେଉଛନ୍ତି ସିରିଜର ତୃତୀୟ ଓପନର। ସେ ବ୍ୟାକଅପ ଭାବରେ ଦଳରେ ଅଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ଯେ ଯଦି ଜୟସ୍ବାଲ ବ୍ୟାକଅପ ଓପନର, ତେବେ ସେ କେଉଁ କାରଣରୁ ଜୋରଦାର ଅଭ୍ୟାସ କରୁଛନ୍ତି? ସେ କ’ଣ ଦିନିକିଆ ସିରିଜରେ କୌଣସି ମ୍ୟାଚ ଖେଳିବେ?
ତେବେ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ମାତ୍ର ୮ ରନ କରିଥିଲେ। ସେ ଆଡିଲେଡରେ ବି ପ୍ରଦର୍ଶନ କରିବାରେ ବିଫଳ ହେଲେ ଟିମ ଇଣ୍ଡିଆ ତାଙ୍କ ବଦଳ ଭାବରେ ଜୟସ୍ବାଲଙ୍କୁ ବିଚାର କରିପାରେ। ସେ ତିନୋଟି ଫର୍ମାଟରେ ଡେବ୍ୟୁ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେବଳ ଗୋଟିଏ ଦିନିକିଆ ଖେଳିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ, ସେ ଦଳର ନିୟମିତ ଓପନର ହେବେ ବୋଲି କୁହାଯାଉଛି। ଏଣୁ ରୋହିତ ଶର୍ମାଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଯଦି ସେ ଆଡିଲେଡରେ ଭଲ ପ୍ରଦର୍ଶନ କରନ୍ତି ନାହିଁ, ତେବେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ବାଦ ଦିଆଯାଇପାରେ କିମ୍ବା ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି। କାରଣ ଗୌତମ ଗମ୍ଭୀର ତାଙ୍କର ନୂତନ ଓପନରଙ୍କୁ ପ୍ରସ୍ତୁତ କରିସାରିଛନ୍ତି।
ରୋହିତ ଶର୍ମାଙ୍କ ପାଇଁ ଖରାପ ଖବର ହେଉଛି ଯେ ତାଙ୍କର ପରବର୍ତ୍ତୀ ମ୍ୟାଚ ଆଡିଲେଡରେ, ଯେଉଁଠାରେ ତାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ରୋହିତ ଆଡିଲେଡରେ ଛଅଟି ମ୍ୟାଚ ଖେଳି ୨୧.୮୩ ହାରରେ ୧୩୧ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ମଧ୍ୟ ୭୩.୧୮। ରୋହିତ ଆଡିଲେଡରେ କେବେ ଅର୍ଦ୍ଧଶତକ କରିନାହାନ୍ତି, ତାଙ୍କର ସର୍ବୋତ୍ତମ ସ୍କୋର ୪୩। ସ୍ପଷ୍ଟ ଭାବରେ କହିବାକୁ ଗଲେଯଦି ରୋହିତ ବିଫଳ ହୁଅନ୍ତି, ତେବେ ସେ ଅସୁବିଧାରେ ପଡ଼ିପାରନ୍ତି।