ଗୌତମ ଗମ୍ଭୀର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍‌ ହୋଇଛନ୍ତି । ଏ ନେଇ ସେ ନିଜେ ମଙ୍ଗଳବାର ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ କୋଭିଡ୍‌ ପରୀକ୍ଷା କରାଇଥିବା ସେ କହିଛନ୍ତି। ଯେଉଁମାନେ ଏହି କିଛି ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।