ଗୌରୀଶଙ୍କର-ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ବାଜି ମାରିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି,୧୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଲବ୍‌ ଆନୁକୂଲ୍ୟରେ ଗୌରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍‌ଏସିର ପୂର୍ବତନ ନଗରପାଳ ଭି.ରବିନାରାୟଣ ରାଜୁ ମୁଖ୍ୟ ଅତିଥି, କାଉନସିଲର ନୀଳମାଧବ ଗୌଡ଼, ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକ, ସାମାଜିକ କର୍ମୀ ନିଗମ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ମ୍ୟାଚ୍‌ରେ ଗଜପତି ଜିଲା ଗୁମ୍ମା ଗ୍ରାମ ଭଲିବଲ ଟିମ୍‌ ପ୍ରତିପକ୍ଷ ଡେଙ୍ଗାପଦର ଗ୍ରାମ ଭଲିବଲ ଟିମ୍‌କୁ ୩-୦ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଜଣାପଡିଛି। ଛତ୍ରପୁରର ବିଶିଷ୍ଟ କ୍ରୀଡାବିତ୍‌ ଗୋବିନ୍ଦ ନାୟକ ଖେଳ ପରିଚାଳନା କରିଥିଲେ।

ଆୟୋଜକ କମିଟି ସଭାପତି ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ସମ୍ପାଦକ ଚିତ୍ରସେନ ଗୌଡ, କୋଷାଧ୍ୟକ୍ଷ ପ୍ରଶାନ୍ତ ଗୌଡ, ଉପଦେଷ୍ଟା ଶିବାନନ୍ଦ ପାଣିଗ୍ରାହୀ, ଭୈରବ କର, ଦୁର୍ଗାପ୍ରସାଦ ଗୌଡ, ଜୟସେନ ପାଣିଗ୍ରାହୀ, ସନ୍ତୋଷ ସାହୁ, କାଳିଆ ରାଓ ସମେତ କ୍ଳବ୍‌ ସଦସ୍ୟ ବୃନ୍ଦ ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share