ଦିଗପହଣ୍ଡି, ୧।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲର କ୍ରୀଡା ଶିକ୍ଷକ ଏମ. ଗୌରାଙ୍ଗଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ.ଶଙ୍କର ନାରାୟଣ ବେଜ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପରିଚାଳନା କମିଟିର ସଭାପତି ଉଦୟନାଥ ସାମନ୍ତ, ସିଆରସିସି ଅନିଲ କୁମାର ଦାସ ଓ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ବୃନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି,ସାଙ୍ଗ ସାଥି ଉପସ୍ଥିତ ଥିଲେ। ବିଭିନ୍ନ କ୍ରୀଡା କ୍ଷେତ୍ରରେ ହାଇସ୍କୁଲ ଛାତ୍ରମାନଙ୍କୁ ତାଲିମ ପ୍ରଦାନ ପୂର୍ବକ ଉତ୍ସାହିତ କରି ଜିଲା ଏବଂ ରାଜ୍ୟସ୍ତରରେ ହାଇସ୍କୁଲର ସୁନାମ ବୃଦ୍ଧି କରିବାକୁ ସକ୍ଷମ ହୋଇଥିବା କ୍ରୀଡା ଶିକ୍ଷକଙ୍କ ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ପରେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ସୁସ୍ଥ,ନିରାମୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା। ପରେ ଛାତ୍ର ବୃନ୍ଦ ତାଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଣୀସାହିସ୍ଥିତ ବାସଭବନରେ ଛାଡିଥିଲେ।