ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଗୌହର ଖାନ୍‌

ମୁମ୍ବାଇ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ଏହି ଖୁସିଖବର ଜଣାଇଛନ୍ତି। ୨୦୨୩ରେ ସେ ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏବେ ସେ ପୁଣି ଖୁସିଖବର ଜଣାଇ ପ୍ରଶଂସକଙ୍କୁ ଖୁସି କରି ଦେଇଛନ୍ତି।

ଗୌହର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଏକ ଗାର୍ଡେନରେ ଅଛନ୍ତି । ଗୀତ ଗାଉଛନ୍ତି। କିଛି ସେକେଣ୍ଡର ଭିଡିଓ ପରେ ସେ ନିଜର ବେବିବମ୍ପ ଦେଖାଉଛନ୍ତି। ଏଥିରେ ସେ ଗାଜାବେବି ୨ ହାସଟ୍ୟାଗ୍‌ ଦେଇଛନ୍ତି।