ନିଜଠାରୁ ୫ ବର୍ଷ ସାନ ପ୍ରେମିକଙ୍କ ସହ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଗୌହର ଖାନ୍‌। ସେ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ନିର୍ବନ୍ଧ ସରିଛି। ନିଜେ ଗୌହର ଇନ୍‌ଷ୍ଠା ପୃଷ୍ଠାରେ ଏ ନେଇ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

ଫଟୋରେ ପ୍ରେମିକ ଜୈଦ ଦରବାରଙ୍କ ସହ ନଜର ଆସୁଛନ୍ତି ଗୌହର। ଉଭୟ ଉଭୟଙ୍କୁ ଦେଖି ହସୁଥିବା ବେଳେ ଗୌହର ହାତରେ ବେଲୁନ ଧରିଛନ୍ତି। ଏଥିରେ ସେ ହଁ କହିଲେ ବୋଲି ଲେଖାଅଛି। ଫଟୋ ସହ ଗୌହର ମୁଦି ଏବଂ ହୃଦୟ ଇମୋଜି କରି ଜୈଦଙ୍କୁ ଟ୍ୟାଗ୍‌ କରିଛନ୍ତି। ସେଭଳି ଜୈଦ ମଧ୍ୟ ପୋଷ୍ଟ କରି ସମ୍ପର୍କ ଉପରେ ମୋହର ଲଗାଇଛନ୍ତି। କ୍ୟାପ୍‌ଶନରେ ଥିବା ମୁଦି ଇମୋଜିକୁ ନେଇ ଉଭୟ ନିର୍ବନ୍ଧ କରିନେଇଥିବା କୁହାଯାଉଛି।

ଗୌହର ଜୈଦଙ୍କଠାରୁ ୫ ବର୍ଷ ବଡ଼। ହେଲେ ଜୈଦଙ୍କ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଗୌହର ତାଙ୍କ ପରିବାର ସହ ସମୟ ବିତାଇଥିଲେ। ସେଥିରୁ ଗୌହର ଜୈଦଙ୍କ ପାଇଁ ଭଲ ବୋଲି ସ୍ପଷ୍ଟ ହୋଇଛି।