AlfaTauri driver Pierre Gasly of France reacts on the podium after winning the Formula One Grand Prix at the Monza racetrack in Monza, Italy, Sunday, Sept.6 , 2020. (Miguel Medina, Pool via AP)
ମୋଞ୍ଜା (ଇଟାଲୀ), ୭ା୯: ରେଡ୍ବୁଲ୍ ଆଲ୍ଫା ତୌରି ଟିମ୍ର ପିଏରେ ଗ୍ୟାସ୍ଲି ଅପ୍ରତ୍ୟାଶିତ ଭାବେ ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ପିଟ୍ ଷ୍ଟପ୍ ତ୍ରୁଟି ପାଇଁ ୧୦ ସେକେଣ୍ଡ ଦଣ୍ଡିତ ହେବା ପୂର୍ବରୁ କିନ୍ତୁ ଲୁଇସ୍ ହାମିଲଟନ ରେସ୍ରେ ପ୍ରଧାନ୍ୟ ବିସ୍ତାର କରିଥିଲେ। ଘରୋଇ ସର୍କିଟରେ ଫେରାରିର ଉଭୟ ଡ୍ରାଇଭର ସେମାନଙ୍କ ରେସ୍ ଶେଷ କରିବାରେ ବିଫଳ ହୋଇଥିଲେ। ଫର୍ମୁଲା ଓ୍ବାନ୍ରେ
ଗ୍ୟାସ୍ଲିଙ୍କର ଏହା ହେଉଛି ପ୍ରଥମ ବିଜୟ। ଫ୍ରାନ୍ସର ଏହି ୨୪ ବର୍ଷୀୟ ଡ୍ରାଇଭର ଯଥାକ୍ରମେ ମ୍ୟାକଲରେନର କାର୍ଲୋସ ସେଞ୍ଜ୍ଙ୍କଠାରୁ ୩.୩୫୮ ଓ ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲଙ୍କଠାରୁ ୦.୪୧୫ ସେକେଣ୍ଡ ଟାଇମିଂରେ ଆଗୁଆ ରହି ପ୍ରଥମ ସ୍ଥାନ ଅଧିକାର କରିଥିଲେ। କୌତୂହଳର ବିଷୟ ଏହି ୩ ଡ୍ରାଇଭର ଥରେ ହେଲେ ରେସ୍ ଜିତି ନ ଥିଲେ। ସମସ୍ତଙ୍କର ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ପୋଲ୍ ପୋଜିଶନ ହାସଲ କରିଥିବା ହାମିଲଟନ ରବିବାର ରେସ୍ରେ ସହଜ ବିଜୟ କରିବେ ବୋଲି ଆଶା କରାଯାଉଥିଲା। ମାତ୍ର ପେନାଲ୍ଟି ଯୋଗୁ ସେ ଗ୍ୟାସ୍ଲିଙ୍କଠାରୁ ୧୭.୨୪୫ ସେକେଣ୍ଡ ପଛରେ ୭ମ ସ୍ଥାନରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଣ୍ଡୋ ନୋରିସ (ମ୍ୟାକଲରେନ), ଭାଲଟେରୀ ବୋଟାସ (ମର୍ସିଡିଜ୍) ଓ ଡାନିଲ ରିକାର୍ଡୋ (ରେନଲ୍ଟ) ଯଥାକ୍ରମେ ୪ର୍ଥ, ୫ମ ଓ ୬ଷ୍ଠ ସ୍ଥାନରେ ରହିଥିଲେ। ସେହିପରି ୮ମ, ୯ମ ଓ ୧୦ମ ସ୍ଥାନରେ ଏଷ୍ଟିିବାନ ଓକନ (ରେନଲ୍ଟ), ଡାନିଲ କ୍ୟାତ୍ (ଅଲ୍ଫା ତୌରି) ଏବଂ ସର୍ଗିଓ ପେରେଜ (ରେସିଂ ପଏଣ୍ଟ) ପ୍ରମୁଖ ରହିଥିଲେ।