ସାଲୁର୍‌ ଘାଟିରେ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା: ଦୀର୍ଘ ସମୟ ଧରି ରାସ୍ତା ଜାମ

ପଟ୍ଟାଙ୍ଗି,୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ସାଲୁର୍‌ ଘାଟିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିବା ଫଳରେ ଉଭୟ ଆନ୍ଧ୍ର ଓଡ଼ିଶାର କୋରାପୁଟ ଅଭିମୁଖେ ଆସିଥିବା ରାସ୍ତା ଜାମ ରହିଥିବା ବେଳେ ଅନେକ ଗାଡ଼ି ଅଟକି ରହିଛି । ସୂଚନା ମୁତାବକ ପଡୋଶୀ ଆନ୍ଧ୍ର ରାଜ୍ୟର ପାସପେଣ୍ଡା ବ୍ଲକ ଅଧୀନ ରୋଡାବାଲସା ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଉକ୍ତ ସ୍ଥାନ ବା ସାଲୁର୍‌ ଘାଟିରେ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ଖବର ପାଇ ଆନ୍ଧ୍ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପାର୍ଶ୍ୱରେ ଦୀର୍ଘ ୩ ଘଣ୍ଟା କାଳ ଅଟକି ରହିଥିବା ଗାଡ଼ି ଗୁଡ଼ିକକୁ ଯାତାୟାତ କରିବାରେ ସହଯୋଗ କରିଥିଲେ । ମାତ୍ର ବୁଧବାର ପୁଣିଥରେ ଦୁର୍ଘଟଣାସ୍ଥଳେ ଉକ୍ତ ରାଜ୍ୟର ପୋଲିସ ପହଞ୍ଚି ଚାରୋଟି କ୍ରେନ୍‌ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରଟିକୁ ଉଠାଇ ପ୍ରଚେଷ୍ଟା ଆରମ୍ଭ କରିଥିବା ଯୋଗୁ ବର୍ତ୍ତମାନ ସାଲୁର୍‌ ଘାଟି ଦେଇ କୈଣସି ଗାଡ଼ି ଚଳାଚଳ ହେଉନାହିଁ । ଫଳରେ ଦୀଘ ସମୟ ଧରିି ରାସ୍ତା ଜାମ ରହିଥିବା ବେଳେ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଠାରୁ ଆରମ୍ଭ କରି କାର, ବସ୍‌ ଅଟକି ରହିଛି । ଅନ୍ୟପକ୍ଷରେ ସାଲୁର୍‌ ଘାଟିରେ ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଓଡିଶାର ସୁଙ୍କି ଥାନା ଅଧିକାରୀ ଚତୁର୍ଭୁଜ ନାୟକଙ୍କ ଉପସ୍ଥିତିରେ ପୋଲିସ କର୍ମଚାରୀ ଅଟକି ରହିଥିବା ଗାଡ଼ି ଗୁଡ଼ିକ ଟ୍ରାଫିକ ଜାମ ନ ହେବା ପାଇଁ ଦୃଷ୍ଟି ରଖିଛନ୍ତି ।

 

Dharitri – Odisha’s No.1 Odia Daily