ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ ଜାଳେଣି ଗ୍ୟାସ ମିଳୁ ନ ଥବା ଯୋଗୁ ସହରର ଅଧାରୁ ଅଧିକ ହୋଟେଲ, ଚା’ ଦୋକାନ ଆଦି ବନ୍ଦ ରହିଛି। ଜଣେ ହିତାଧିକାରୀଙ୍କୁ ଗୋଟେ ଖାତା ପିଛା ୨୫ ଦିନ ବ୍ୟବଧାନରେ ଗୋଟିଏ ମାତ୍ର ସିଲିଣ୍ଡର ମିଳିବା ନେଇ ଘୋଷଣା ହେଇଛି।