ଚିକିଟି,୨୬।୧୦ (ପ୍ରକାଶ ଚନ୍ଦ୍ର ସାହୁ ): ଗଞ୍ଜାମ ଜିଲା ଚିକିଟି ପେଣ୍ଠସ୍ଥିତ ବସଷ୍ଟାଣ୍ଡ ନିକଟରେ ଏକ ଜଳଖିଆ ଦୋକାନରେ ରବିବାର ସକାଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ଚିକିଟି ପେଣ୍ଠର ଗଙ୍ଗାଧର ବାଡ଼ତ୍ୟା (୫୫) ଓ ରାଜେନ୍ଦ୍ର ବେହେରା (୫୨)।
ସୂଚନାଯୋଗ୍ୟ ରାଜେନ୍ଦ୍ର ଦୋକାନରେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ଜଳିଯିବା ସହ ରାଜେନ୍ଦ୍ରଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇ ଗୁରୁତର ହୋଇଥିଲେ। ନିକଟରେ ଥିବା ଗଙ୍ଗାଧର ରାଜେନ୍ଦ୍ରଙ୍କୁ ଉଦ୍ଧାର କରୁଥିବା ବେଳେ ଗଙ୍ଗାଧର ମଧ୍ୟ ଗୁରୁତ୍ୱର ହୋଇଥିଲେ। ସ୍ଥାନୀୟ ଲୋକେ ରାଜେନ୍ଦ୍ର ଓ ଗଙ୍ଗାଧରଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l କୌଣସି ସୂତ୍ରରୁ ଖବରପାଇ କେ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାଟିର ତଦନ୍ତ ଚଳାଇଥିବା ଜଣାପଡିଛି ।
Dharitri – Odisha’s No.1 Odia Daily