ରୋଷେଇ କରୁଥିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର

ଖୋର୍ଦ୍ଧା,୨୭।୯(ପ୍ରଭାତ ପାଣିଗ୍ରାହୀ): ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘରେ ଥିବା ସାମଗ୍ରୀ। ପରିବାର ଲୋକେ ସୁରକ୍ଷିତ ଥିବା ସୂଚନା ମିଳିଛି। ବେଗୁନିଆ ଥାନା ଅଧୀନ ପିଚୁକୁଳି ପଞ୍ଚାୟତ ପିଚୁକୁଳି ପାଟଣା ସାହିର କୁପାସିନ୍ଧୁ ପଟ୍ଟନାୟକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ୍‌ ହୋଇ ଫାଟିଲା ଗ୍ୟାସ ସିଲିଣ୍ଡର। ନିଆଁ ଲାଗି ଘରେ ଥିବା ସାମଗ୍ରୀ ଜଳିଯାଇଥିବା ଜଣାପଡିଛି। ପରିବାରରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ବେଗୁନିଆ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛି।

 

Dharitri – Odisha’s No.1, Most Trusted Odia Daily

Share
Tags: odisha