ସାର ପରେ ଗ୍ୟାସ କଳାବଜାରୀ ଅଭିଯୋଗ

ଗଞ୍ଜାମ,୨୨।୧୦(ବିଦ୍ୟାଧର ସାହୁ ): ଗତ କିଛିଦିନ ତଳେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଅଭାବୀ ସାର ବିକ୍ରି ଓ କଳା ବଜାରୀ ନେଇ ତୁମ୍ବି ତୋଫାନ ଉଠି ଥିବା ବେଳେ ବର୍ତ୍ତମାନ ଇନ୍ଧନ ଗ୍ୟାସ କଳା ବଜାରୀ ହେଉଥିବା ଅଭିଯୋଗ ହୋଇଛି । ଗ୍ୟାସ ବୁକ୍‌ କରିବାର ଦୀର୍ଘ ଦିନ ପରେ ଖାଉଟିଙ୍କୁ ଗ୍ୟାସ ମିଳି ନ ଥିବା ଜଣେ ଉପଭୋକ୍ତା ସୂଚନା ଦେଇଛନ୍ତି । ଗଞ୍ଜାମ ଡିପୋକୁ ଆସୁଥିବା ଗ୍ୟାସ ଟାଙ୍କି ଛତ୍ରପୁର, ଗୋପାଳପୁର ଆଦି ଅଞ୍ଚଳକୁ ଯାଉଥିବା ଆଲୋଚନା ହେଉଛି l ଏଥିସହ ଗ୍ୟାସ ଏଜେଣ୍ଟ ମାନେ ଚଢ଼ା ଦରରେ ହୋଟେଲ ଓ ଫାଷ୍ଟଫୁଡ ଦୋକାନୀକୁ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ନେଇ ଜିଲା ଉଚ୍ଚ ପ୍ରଶାସନ ହସ୍ତକ୍ଷେପ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily