Categories: Home Leftଖେଳ

କେବଳ ଟେଷ୍ଟ ଦଳର୍‌ ଦାୟିତ୍ୱ ନେବି

ଲଣ୍ଡନ,୩୧।୧୨: ପୂର୍ବତନ ଭାରତ ଓ ଦକ୍ଷିଣ ଆଫ୍ରିକା କୋଚ୍‌ ଗାରି କର୍ଷ୍ଟନ ଇଂଲଣ୍ଡ ଟେଷ୍ଟ ଦଳର କୋଚିଂ ଭାର ସମ୍ଭାଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଟେଷ୍ଟ ଛଡ଼ା ଅନ୍ୟ ଫର୍ମାଟର କୋଚିଂ ଭାର ସମ୍ଭାଳିବେ ନାହିଁ। ଏବେ ଖ୍ରିସ ସିଲଭରଉଡ୍‌ ଇଂଲଣ୍ଡ ସମସ୍ତ ଫର୍ମାଟର ଦାୟିତ୍ୱରେ ଅଛନ୍ତି। ମାତ୍ର ୧୨ ଦିନ ମଧ୍ୟରେ ଆଶେସ ପରାଜୟ ପରେ ଟେଷ୍ଟ ଦଳର କୋଚ୍‌ ପଦରୁ ତାଙ୍କୁ ହଟାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ସେ ଦିନିକିଆ ଓ ଟି୨୦ ଦଳର କୋଚ୍‌ ଦାୟିତ୍ୱରେ ରହିବେ।

କର୍ଷ୍ଟନ ଭାରତୀୟ ଦଳକୁ ପ୍ରଥମ ଥର ପାଇଁ ୨୦୦୯ ଡିସେମ୍ବର ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ପହଞ୍ଚାଇଥିଲେ। ଦକ୍ଷିଣ ଆଫ୍ରିକା ସହ ମଧ୍ୟ ସେ ସମାନ ସଫଳତା ହାସଲ କରିଥିଲେ।

“ଇଂଲଣ୍ଡ ଦଳର କୋଚ୍‌ ଦାୟିତ୍ୱକୁ ମୁଁ ସର୍ବଦା ଗୁରୁତ୍ୱ ଦିଆଯାଏ, କାରଣ ଏହା ଏକ ବଡ଼ ସମ୍ମାନ। ମୁଁ ପୂର୍ବରୁ ଦୁଇ ଥର (୨୦୧୫ ଓ ୨୦୧୯) ଏହି ଅଭିଯାନର ଅଂଶ ଥିଲି। କିନ୍ତୁ ମୁଁ ସର୍ବଦା ସ୍ପଷ୍ଟ କରି ଆସିଛି ଯେ, ସମସ୍ତ ଫର୍ମାଟର ଦାୟିତ୍ୱ ନେବି ନାହିଁ ” ବୋଲି କର୍ଷ୍ଟନ କହିଛନ୍ତି।