ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଲକ୍ଷପତି ଦିଦି ଏସ୍‌.ଜ୍ୟୋତି ରେଡ୍ଡୀ

ଛତ୍ରପୁର, ୧୭।୮(ସନ୍ତୋଷ ପାଢ଼ୀ ): ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ୍‌. ଜ୍ୟୋତି ରେଡ୍ଡୀ ଯୋଗଦେଇଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସେ ଭାବର ଆଦାନ ପ୍ରଦାନ କରିବା ସହ ତାଙ୍କର ସଫଳତା ସମ୍ପର୍କରେ ଜଣାଇଥିଲେ। ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଥିଲା ।
ସୂଚନାଥାଉ କି, ଏସ୍‌. ଜ୍ୟୋତି ରେଡ୍ଡୀ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଇଛନ୍ତି। ତାଙ୍କର କର୍ତ୍ତବ୍ୟନିଷ୍ଠ ଓ ପରିଶ୍ରମ ବଳରେ ସେ ଲକ୍ଷପତି ଦିଦି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମେ ୨୦୦୮ରେ ମା ସମଲେଶ୍ୱରୀ ସ୍ବୟଂ ସହାୟିକା ଗୋଷ୍ଠୀରେ ସାମିଲ ହୋଇ ଘରକୁ ଘର ବୁଲି ବିଦ୍ୟୁତ ଦେୟ ସଂଗ୍ରହ କରୁଥିଲେ । ପରେ ମିଶନ ଶକ୍ତି ଜରିଆରେ ନିଜେ ଋଣ ନେଇ କୁକୁଡା ଚାଷ, ମାଛ ଚାଷ ଆଦି କରି ଉତ୍ତମ ରୋଜଗାର କରିପାରିଛନ୍ତି । ଏବେ ତାଙ୍କର ବାର୍ଷୀକ ଆୟ ୪ ଲକ୍ଷରୁ ଅଧିକ ଥିବା ଯୋଗୁ ସେ ଲକ୍ଷପତି ଦିଦି ହୋଇପାରିଛନ୍ତି। ସେ ଏଥିରେ ବହୁତ ଖୁସି ଥିବା ସହ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଏବଂ ନିଜ ଉଦମ୍ୟ ଇଚ୍ଛାଶକ୍ତି ଯୋଗୁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ।

Share