ଦାୟିତ୍ୱ ନେଲେ ଗଞ୍ଜାମ ଏସ୍‌ପି, କହିଲେ ଆଇନଶୃଙ୍ଖଳା ଉପରେ ରହିବ ପୂରା ଫୋକସ୍‌

ଛତ୍ରପୁର,୩ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଏସ୍‌ପି ଭାବେ ଶୁଭେନ୍ଦୁ କୁମାର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତ। ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପାତ୍ର ଏହା ପୂର୍ବରୁ କନ୍ଧମାଳ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ଧାର୍ମିକ ଗଞ୍ଜାମ ଜିଲାରେ କାମ କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟ ସରକାର ଓ ଓଡ଼ିଶା ପୋଲିସକୁ ଧନ୍ୟବାଦ ଦେଉଛି ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସେ କହିଛନ୍ତି। ଅପରାଧ ନିୟନ୍ତ୍ରଣ ଓ ପଦକ୍ଷେପ, ଆଇନଶୃଙ୍ଖଳା ବଜାୟ ରଖିବା ମୁଖ୍ୟତଃ ପୋଲିସର ଫୋକସ୍‌ ରହିବ ବୋଲି ଏସ୍‌ପି କହିଛନ୍ତି। ଏବେ ଗଞ୍ଜାମରେ ପାର୍ବଣ ଋତୁ ଚାଲିଛି ଏବଂ ସେ ଦିଗରେ ପୋଲିସ କାମ କରିବ। କିଭଳି ଜିଲାରେ ଆଇନ ଶୃଙ୍ଖଳା ବଜାୟ ରହିବା ସହ ପୂଜା ସୁରୁଖୁରୁରେ ସମାପନ ହେବ ସେନେଇ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ଏବଂ ଆମେ ଆଶା କରୁଛୁ ସେଥିରେ ସଫଳତା ମିଳିବ। ଜିଲାର ଅଫିସରମାନଙ୍କୁ ନେଇ ତଥ୍ୟ ସଂଗ୍ରହ କରି ଜିଲା ପାଇଁ ଏକ ଷ୍ଟ୍ରେଟେଜି କରାଯିବ ଏବଂ ଯାହାକି ଜିଲାର ହିତ ପାଇଁ କାମ କରିବୁ ବୋଲି ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ଏଠାରୁ ଏସ୍‌ପି ଜଗମୋହନ ମୀନାଙ୍କ କଟକ ଡିସିପି ଭାବେ ବଦଳି ହୋଇଥିଲା।

Share
Tags: ganjam sp