ଦୁର୍ଘଟଣାର ଶିକାର ହେଲେ ଗଞ୍ଜାମ ଆର୍‌ଆଇ

ଗଞ୍ଜାମ,୨୩ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଆର୍‌ଆଇ ରବୀନ୍ଦ୍ର କୁମାର ପ୍ରଧାନ ଗୁରୁବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆର୍‌ଆଇ ନିଜ ମୋଟରସାଇକେଲରେ ଅଫିସ ଆସୁଥିବା ବେଳେ ଜଣେ ବାଇକ୍‌ ଚାଳକ ପଛରୁ ଧକ୍କା ଦେଇଥିଲେ। ଫଳରେ ଗାଡ଼ିରୁ ଛିଟିକି ପଡ଼ିଥିଲେ ଆର୍‌ଆଇ ରବୀନ୍ଦ୍ର। ସେହି ରାସ୍ତା ଦେଇ ଯାଉଥିବା ଗଞ୍ଜାମ ଅଞ୍ଚଳର ରମେଶ ଦାସ, ସୁଧୀର କୁମାର ପାଢ଼ୀ ଓ ପୁଇଁତୋଳା ଗ୍ରାମର ପପୁ ସାହୁ ଆହତ ଆରଆଇଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ। ଆରଆଇଙ୍କର ହାତ ଓ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡ଼ିଛି।

Share
Tags: accident