ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର। ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସମ୍ପର୍ଣ ହେବ ତାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯିବା ସହ ବଜାର ସାରା ପଇଁତରl ମାରୁଛି ଗଞ୍ଜାମ ଥାନା ପୋଲିସ।

ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡ଼ାଇଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ସୁମିତ୍ରା ପାତ୍ର, ଭାରପ୍ରାପ୍ତ ଆଇଆଇସି ଶୁଭଲକ୍ଷ୍ମୀ କଁଅର, ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ଏଏସଆଇ ସୁଦୀପ୍ତ ସାହୁ, ମହିଳା ଏଏସଆଇ ସୁପ୍ରଭା ସାହୁ ସଦଳେବଳେ ତ୍ରିବେଣୀ ମଠ ଛକ ଠାରୁ ବଡ଼ ବଜାର, ସାନବଜାରରେ ପହଞ୍ଚିି ରୋଡ଼ ଉପରେ ହୋଡିଂ ଓ ଦୋକାନ ସାମଗ୍ରୀ ରଖିଥିବା କିଛି ଦୋକାନୀଙ୍କୁ କଡା ତାଗିଦ କରିଥିଲେ l ଏଥିସହ ରୋଡ଼ ଉପରେ ବାଇକ ରଖିଥିବା ବାଇକ ଆରୋହୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରେ ବିଭିନ୍ନ ସାହିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ପ୍ରକାଶ ଯୋଗ୍ୟ, ବିଳମ୍ବିତ ରାତିରେ ସମସ୍ତ ସାହି ଠାକୁର ନିଜ ନିଜ ସାହିରେ ଦୋଳ ବିମାନରେ ବିରାଜ ମାନ କରି ଶୋଭାଯାତ୍ରାରେ ବାହାରିଥିବା ଠାକୁରଙ୍କୁ ଭୋଗ ଲଗାଯିବ। ରବିବାର ସାହି ଯାତ୍ରା ଅନୁଷ୍ଠିତ ହେବ। ସୋମବାର ରାତିରେ ସମସ୍ତ ସାହି ଠାକୁର ବଜାରକୁ ଆସିବା ପରେ ବଜାର ଯାତ୍ରା ଅନୁଷ୍ଠିତ ହେବ।

Dharitri – Odisha’s No.1 Odia Daily

Share