ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ ତ୍ରିପାଠୀ ଓ ସୁବାଷ ସେଠୀଙ୍କ ଟିମ୍‌ ବାଜିମାତ ମାରିଛନ୍ତି। ଅଭିମନ୍ୟୁ ଜାଲିଙ୍କୁ ହରାଇ ଗୋରାଚାନ୍ଦ ତ୍ରିପାଠୀ ପୁଣି ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେହିପରି ଉପସଭାପତି ପଦୀ ନିମନ୍ତେ ଡି. ରମେଶ ରେଡ୍ଡୀଙ୍କୁ ହରାଇ ଜି. ଗଣେଷ ରାଓ, ନରେନ୍ଦ୍ର ସାହୁଙ୍କୁ ହରାଇ ପୁଣି ସମ୍ପାଦକ ଭାବେ ସୁବାଷ ଚନ୍ଦ୍ର ସେଠୀ, କୋଷାଧ୍ୟାକ୍ଷ ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ଯୁଗ୍ମ ସମ୍ପାଦକ-୧ ଭାବେ ହେମନ୍ତ କୁମାର, ଯୁଗ୍ମ ସମ୍ପାଦକ -୨ ଭାବେ ସନ୍ତୋଷ କୁମାର ନାୟକ ବିଜୟୀ ହାସଲ କରିଛନ୍ତି। କାର୍ଯ୍ୟ ନିର୍ବାହୀ ସଭ୍ୟ ଭାବେ ଦିଲୀପ କୁମାର ଶବର, ମନୋଜ କୁମାର ରଥ, ଏସ. ପ୍ରହ୍ଲାଦ ରେଡ୍ଡୀ, ମନସ୍ବିନୀ ନାୟକ ଓ ତପନ କୁମାର ନାୟକ ନିର୍ବାଚନରେ ବିଜୟୀ ହୋଇଛନ୍ତି । ୩୦ଟି ସ୍ଥାନରେ ଭୋଟ ମତଦାନ କେନ୍ଦ୍ର ରହିଥିଲା ।୭୧୨ ଜଣ ସଭ୍ୟ ରୁ ୬୯୬ ଜଣ ମତଦାନ କରିଥିଲେ । ଆଜି ଗଣତି ଓ ଫଳାଫଳ ଘୋଷଣା ହୋଇଥିଲା ।ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଏସ୍‌ପି ରବିକାନ୍ତ ସୁନା, ଅତିରିକ୍ତ ନିର୍ବାଚନ ଅଧିକାରୀ ଡିଏସ୍‌ପି ଗିରିଜା ନନ୍ଦନ ପଟ୍ଟନାୟକ ଏବଂ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ କାଳୁ ଚରଣ ବେହେରା ବିଭିନ୍ନ ଦାୟିତ୍ୱ ରେ ତୁଲାଇଥିଲେ। ସୂଚନାଯୋଗ୍ୟ ଯେ ସଂଘର ବିଭିନ୍ନ କର୍ମକର୍ତା ର୍ନିବାଚନ ନିମନ୍ତେ ଫେବୃଆରୀ ୯ ଓ ୧୦ ଦୁଇ ଦିନ ଧରି ନାମାଙ୍କନ ପତ୍ର ଦାଖଲ କରିଥିଲେ l ଏଥି ନିମନ୍ତେ ଫେବୃଆରୀ ୧୭ ରେ ମତଦାନ ହୋଇଥିଲା ।

Dharitri – Odisha’s No.1 Odia Daily

Share