ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ ପାଇଁ ୩୬ ଜଣ ପ୍ରାର୍ଥୀ ନିଜ ନାମାଙ୍କନପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଖଲ କରିଥିବା ଜଣାପଡିଛି। ସଂଘ ସଭାପତି ପଦବୀ ଲାଗି ଗୋରାଚାନ୍ଦ ତ୍ରିପାଠୀ, ଅଭିମନ୍ୟୁ ଜାଲି ଓ ବିପଦ ପରିଚ୍ଛା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଉପସଭାପତି ପଦବୀ ନିମନ୍ତେ ଜି. ଗଣେଷ ରାଓ ଓ ଡି. ରମେଶ ରେଡ୍ଡୀ, ସମ୍ପାଦକ ପଦବୀରେ ସୁବାଷ ଚନ୍ଦ୍ର ସେଠୀ ଓ ଅନ୍ତର୍ଯ୍ୟାମୀ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l କୋଷାଧ୍ୟକ୍ଷ ପଦବୀ ପାଇଁ ସନ୍ତୋଷ ପାଣିଗ୍ରାହୀ, ସହ ସମ୍ପାଦକ -୧ ପଦବୀରେ ବି.ହେମନ୍ତ କୁମାର ଏବଂ ସମ୍ପାଦକ -୨ ପଦବୀରେ ସନ୍ତୋଷ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହ ୫ଟି କାର୍ଯ୍ୟନିର୍ବାହୀ ସଭ୍ୟ ପଦବୀ ପାଇଁ ୨୬ ଜଣ ପ୍ରାର୍ଥୀ ନିଜ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ।ନିର୍ବାଚନ ଅଧିକାରୀ ରୂପେ ଅତିରିକ୍ତ ଏସପି ରବିକାନ୍ତ ସୁନା ଏବଂ ଅତିରିକ୍ତ ନିର୍ବାଚନ ଅଧିକାରୀ ରୂପେ ଡ଼ିଏସ୍ପି ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱରେ ଅଛନ୍ତି । ଫେବୃଆରୀ ୧୧ରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ଫେବୃଆରୀ ୧୨ରେ ପ୍ରାଥିପତ୍ର ପ୍ରତ୍ୟାହାର ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି। ଫେବୃଆରୀ ୧୭ରେ ନିର୍ବାଚନ ପାଇଁ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ଏଥିପାଇଁ ୨୬ଟି ସ୍ଥାନରେ ମତଦାନ କେନ୍ଦ୍ର ରହିବ ବୋଲି ସ୍ଥିର ହୋଇଛି।