ସାଇବର ଅପରାଧ ରୋକିବା ପାଇଁ ସଚେତନତା ରଥ ଶୁଭାରମ୍ଭ

ଛତ୍ରପୁର,୧୯ା୧୦: ସାଇବର ଅପରାଧ ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ସଚେତନ କରିବା ପାଇଁ ରବିବାର ଛତ୍ରପୁରରୁ ‘ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫’ ସଚେତନତା ରଥ ଆରମ୍ଭ ହୋଇଛି। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏସପି କହିଛନ୍ତି, ସଚେତନତା ହିଁ ସାଇବର ଅପରାଧ ରୋକିବାର ମୁଖ୍ୟ ଅସ୍ତ୍ର। ଯୁବକ, ମହିଳା ଓ ବୟସ୍କମାନେ ଏହାର ଶିକାର ହେଉଛନ୍ତି।

ଏହି ରଥ ଏକ ମାସ ଧରି ଜିଲ୍ଲାର ଗାଁ, ସହର, ସ୍କୁଲ ଓ କଲେଜରେ ଭିଡିଓ ଓ ଅଡ଼ିଓ ଜରିଆରେ ସଚେତନତା ବାର୍ତ୍ତା ପହଞ୍ଚାଇବ। ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯିବ। ସାଇବର ଅପରାଧ ଅଭିଯୋଗ ପାଇଁ ୧୯୩୦ ନମ୍ବରରେ ଯୋଗାଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ଛତ୍ରପୁର ଏସଡ଼ିପିଓ ଚନ୍ଦନ କୁମାର ଘଡ଼ାଇ, ଥାନା ଅଧିକାରୀ ସାବ୍ୟସାଚୀ ମଲ୍ଲ ଓ ଅନେକ ଜନପ୍ରତିନିଧି ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share
Tags: ganjam