ଗଞ୍ଜାମ ଏନଏସିର ବିଚିତ୍ର ନୀତି: ମହିଳା ଶୌଚାଳୟରେ ନାହିଁ କବାଟ

ଗଞ୍ଜାମ,୩।୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସାନ ବଜାର ଏବଂ ବଡ଼ ବଜାର ଠାରେ ଏନଏସି ପ୍ରଶାସନ ପକ୍ଷରୁ ବାହାରୁ ଆସୁଥିବା ମହିଳା ଓ ପୁରୁଷଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି l ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ବ୍ୟବହାର ନହେଉଣୁ ତାହା ଭାଙ୍ଗି ରୁଜି ଯାଉଛି l ବଡ଼ ବଜାର ଠାରେ ଥିବା ମହିଳାଙ୍କ ଲାଗି ଉର୍ଦ୍ଦିଷ୍ଟ ଶୌଚାଳୟର କବାଟ ନାହିଁ l କିଭଳି ଜଣେ ମହିଳା ସେଠାରେ ପରିସ୍ରା କିମ୍ବା ଲାଟିନ ଭାବେ ବ୍ୟବହାର କରିବେ ତାହା ପରିତାପର ବିଷୟ ପାଲଟିଛି l ଧନ୍ୟ ଆମ ପ୍ରଶାସନ ଓ ଜନପ୍ରତିନିଧି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ଖାଲି ପ୍ରକଳ୍ପ ଶୁଭାରମ୍ଭ ତାପରେ ଯିଏ ଯାହାର ପିସି ନେଇ ଚୁପ l ବାକି ଲୋକଙ୍କ ମୌଳିକ ସମସ୍ୟା ପ୍ରତି କାହାର ନିଘା ନାହିଁ l ସେହିପରି ଅନ୍ୟ ଶୌଚାଳୟ ଗୁଡିକର ମଧ୍ୟ ସମାନ ଅବସ୍ଥା l ବିକାଶ ଠାରୁ ବହୁ ପଛରେ ପଡିଛି ଗଞ୍ଜାମ ସହର l ଏଥିପ୍ରତି ଜିଲା ଉଚ୍ଚ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି l

Share