ନୂଆପଡ଼ାରେ ଫୁଟିଲା ପଦ୍ମ: ଖୁସିରେ ବିଜୟ ଉତ୍ସବ ପାଳିଲେ ଗଞ୍ଜାମ ଏନ୍‌ଏସି ଭାଜପା ନେତୃବୃନ୍ଦ

ଗଞ୍ଜାମ,୧୪।୧୧(ବିଦ୍ୟାଧର ସାହୁ): ନୂଆପଡା ଉପ ନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଏନଏସି ଭାଜପା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦଳୀୟ ପତାକା ଧରି ଖୁସି ମନାଇବା ସହ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି । ବିଜୟ ଉତ୍ସବ ପାଳନ ବେଳେ ଏନ୍‌ଏସି ଭାଜପା ନଗର ସଭାପତି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ,ଯୁବ ନେତା ଆଶୁତୋଷ ମହାପାତ୍ର, ଠିକାଦାର ହାଡ଼ିଆ ମହାପାତ୍ର,ଗୁରୁଚନ୍ଦ୍ର ରାଉଳ, ପପୁ ମାହାନ୍ତି,କ୍ରିଷ୍ଣା ରେଡି ଡିକେ ରାଓଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଛତ୍ରପୁରରେ ନିଜ ଦଳୀୟ ନେତୃବୃନ୍ଦଙ୍କ ସହ ବିଜୟ ଉତ୍ସବ ପାଳନ କରିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Share
Tags: bjpganjam