ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଭୁବନେଶ୍ବରସ୍ଥିତ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୩୫ତମ ଓଡ଼ିଶା ମାଷ୍ଟର୍ସ ଦୌଡରେ ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ସୁପ୍ରକାଶ ପ୍ରଧାନ କୃତିତ୍ୱ ହାସଲ କରିଛନ୍ତି।
୬ ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୫ ବର୍ଷରୁ ୮୫ବର୍ଷ ପର୍ଯ୍ୟନ୍ତ କ୍ରୀଡାବିତ୍ ମାନେ ବିଭିନ୍ନ ଜିଲାରୁ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ମାଷ୍ଟର ଆଥେଲେଟିକ ଆସୋସିଏସନ (ଓମା) ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ୪୦ବର୍ଷରୁ ଊର୍ଦ୍ଧ୍ୱ ‘ଡିସକସ’ ଓ ‘ସଟଫୁଟ ଥ୍ରୋ’ରେ ଗଞ୍ଜାମର ସୁପ୍ରକାଶ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଏଥ ସହିତ ଆସନ୍ତା ୨୮ରୁ ଫେବୃଆରୀ ୧ତାରିଖ ପର୍ଯ୍ୟନ୍ତ କେରଳର ଥିରୁବନ୍ଥମପୁରମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୬ତମ ଜାତୀୟ ମାଷ୍ଟର୍ସ ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁପ୍ରକାଶ ପ୍ରଧାନ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। କ୍ରୀଡାବିତ୍ସୁପ୍ରକାଶ ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ ଏହି ଅବସରରେ ତାଙ୍କ ପ୍ରବେସନାରୀ ଆଇଏଏସ ଅଧିକାରିଣୀ ମୃଣାଲିକା ରାଠୋର ଶୁଭେଚ୍ଛା ଜଣାଇଛନ୍ତି।
Dharitri – Odisha’s No.1 Odia Daily