ଗଞ୍ଜାମ,୧୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାସ୍ତରୀୟ ଖୋ’ଖୋ’ ଚାମ୍ପିୟାନଶିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଆରମ୍ଭ ହୋଇଛି । ଆଜି ଦ୍ୱିତୀୟ ଦିନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନୁଷ୍ଠାନିକ ଭାବେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି । ୧୭ ବର୍ଷରୁ କମ ବାଳିକା ବିଭାଗରେ ଚିକିଟି ବ୍ଲକ ଏବଂ ବାଳକ ବିଭାଗରେ ସାନଖେମୁଣ୍ଡି ବ୍ଲକ ଚମ୍ପିୟାନ ହୋଇଛି । ଦୁଇ ଚମ୍ପିୟାନ ଟିମ ଆସନ୍ତା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖେଳିବେ ବୋଲି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କୁହା ଯାଇଛି l ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏନଏସି ଅଧକ୍ଷା ପ୍ରତିଭା ପlଢି, ଦିଗପହଣ୍ଡି ବିଇଓ ଶଙ୍କର ନାରାୟଣ ବେଜ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନିତା ମିଶ୍ର,ଏବିଇଓ ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର ୧୪ ବର୍ଷରୁ ୧୭ ବର୍ଷ କମ ବାଳିକା/ବାଳକଙ୍କୁ ନେଇ ୯୫ ଟି ଦଳର ୪୮୪ ଛାତ୍ରୀଛାତ୍ର ଏହି ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି l ପ୍ରତ୍ୟେକ ଦିନ ୪୨ ଟି ଲେଖାଏ ମ୍ୟାଚ୍ ତିନି ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ପାଞ୍ଚଟି ପିଚ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ପାଇଁ ଏହି ବ୍ଲକରେ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଖୋ ଖୋ ଭଳି ପ୍ରତିଯୋଗିତା ଫ୍ରଡ ଲାଇଟ୍ରେ ଅନୁଷ୍ଠିତ ହେଉଛି l ଏହାକୁ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପତ୍ର,ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ ଡିଡିଓ ସୁଚିତ୍ରା ପାଣିଗ୍ରାହୀ, ଭାରତୀ ବିଦ୍ୟlପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ପିଇଟି ସୀତାରାମ ବ୍ୟବର୍ତ୍ତlଙ୍କ ସମେତ ସମସ୍ତ ପିଇଟି, ସିଆର୍ସିସି, ପ୍ରଧାନ ଶିକ୍ଷକମାନେ ସହଯୋଗ ପରିଚାଳନା କରୁଛନ୍ତି । ଶନିବାର ଏହି ପ୍ରତିଯୋଗିତା ଶେଷ ହେବ।