ପୁରୁଷୋତ୍ତମପୁର,୧୦।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ଘରୋଇ ବସ୍ ମାଲିକସଂଘ ପଷରୁ ଏକ ବୈଠକ ତାରାରିଣୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ବସ୍ ମାଲିକ ସଂଘର ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବରେ ଜିଲା ବସମାଲିକ ସଂଘର ଜିଲାସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଯେନା ଯୋଗଦେଇ ଏକତା ବଜାୟରଖି ସଂଘକୁ ମଜବୁତ କରିବାଲାଗି ପରାମର୍ଶ ଦେଇଥିଲେ। ଏହାସହ ବର୍ତ୍ତମାନର ପରିସ୍ଥିତିରେ ବସ୍ମାଲିକମାନେ ଦିନକୁଦିନ କ୍ଷତିଗ୍ରସ୍ଥ ହେବାରେ ଲାଗିଛନ୍ତି। ପୂର୍ବ ସରକାରଙ୍କ ସମୟରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରଠାରେ ଯେଉଁ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି ତାହା ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ଲାଗି ସମ୍ପୁର୍ଣ୍ଣ ଅନୁପଯୁକ୍ତ। ଦକ୍ଷିଣ ଓଡ଼ିଶାର ପ୍ରାଣକେଦ୍ର ବ୍ରହ୍ମପୁର ହୋଇଥିବାରୁ ଏଠାରେ ରହିଥିବା ନୂତନ ବସଷ୍ଟାଣ୍ଡଟି ସମସ୍ତ ଅଞ୍ଚଳର ଜନସାଧାରଣ ଓ ବସ୍ମାଲିକ ମାନଙ୍କ ଲାଗି ସୁବିଧାଜନକ ସ୍ଥାନ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ମାଣ ଚାଲିଥିବା ରିଙ୍ଗରୋଡ ପାଶର୍ବରେ କିଛି ବସଷ୍ଟାଣ୍ଡ ନିର୍ମାଣ କରିବାର ଆବଶ୍ୟକତା ରହିଛି ମାତ୍ର ହଳଦିଆପଦର ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଅନୁପଯୁକ୍ତ ରହିଥିବା ନେଇ କୁହାଯାଇଥିବା ବେଳେ ସମୟ ଅନୁପାତରେ ବସ୍ ସଂଖ୍ୟା ଅଧିକ ଥିବାରୁ ନୂତନ ପରମିଟ ପ୍ରଦାନକୁ ବନ୍ଦକରିବାକୁ କହିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ବସନ୍ତକୁମାର ବିଷୋଇ, ମୁନିରବେଗ, କୋଦଳା, ସଭାପତି ଚିତ୍ରସେନ ପରିଡା, ଭଞ୍ଜନଗର ସମ୍ପାଦକ ବିପ୍ର ବାରିକ, ଆସିକା ସଭାପତି ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଜିଲାରୁ ଗଞ୍ଜାମକୁ ଆସୁଥିବା ବସ୍କୁ ସୁବିଧା ସୁଯୋଗଦେଇ ସହଯୋଗ କରାଯାଉଥିବା ବେଳେ ଗଞ୍ଜାମ ମାଲିକ ମାନଙ୍କ ବସ୍ ଅନ୍ୟଜିଲାକୁ ଗଲେ ସେଠିକାର ମାଲିକମାନେ ଅସହୋଯୋଗ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ହଳଦିଆପଦର ବସଷ୍ଟାଣ୍ଡକୁଯିବା ଲାଗି ସମ୍ପୂଣ୍ଣର୍ର୍ରୁପେ ଅନିଛା ପ୍ରକାଶ କରିଥିଲେ। ଏଥିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳର ବସ୍ମାଲିକ ମାନଙ୍କ ସମେତ ଗଜପତି ଜିଲା ପାରଳାଖେମୁଣ୍ଡି ଓ ପଡୋଶି ଆନ୍ଧ୍ରପ୍ରଦେଶ ଇଛାପୁର ବସ୍ମାଲିକ ମାନେ ଯୋଗଦେଇଥିଲେ। ଏହାକୁ ପୁରୁଷୋତ୍ତମପୁର ବସ୍ମାଲିକ ସଂଘର ସଦସ୍ୟମାନେ ପରିଚାଳନା କରିଥିଲେ ।
Dharitri – Odisha’s No.1, Most Trusted Odia Daily