ଗଞ୍ଜାମ କଳାକାରଙ୍କ ବନ୍ଧୁ ମିଳନ

ଗଞ୍ଜାମ,୫।୫(ବିଦ୍ୟାଧର ସାହୁ): ଚଳିତ ବର୍ଷ ମା’ଦଣ୍ଡକାଳୀଙ୍କ୨୧ ଦିନିଆ ଦଣ୍ଡ ଯାତ୍ରାରେ ଅଭିନୟ କରିଥିବା ଗଞ୍ଜାମ କଳାକାରଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ ଠାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟ କଳାକାର ବଳରାମ ମାଳିଙ୍କ ଜନ୍ମ ଦିବସ ଅବସରରେ ଏହି ବନ୍ଧୁ ମିଳନ ଆୟୋଜନ ହୋଇଥିଲା। ନିଦ୍ଦେର୍ର୍ଶକ ଗୌରୀ ଶଙ୍କର ଶତପଥୀ,ମ୍ୟାନେଜର ସୌମ୍ୟା ପାତ୍ର, ଶବର କୁମାର ତରାଇ, ଅକ୍ଷୟ ସ୍ବାଇଁ, ଖଳନାୟକ ପ୍ରଦୀପ କୁମାର ପଣ୍ଡା,ନିରାକାର ଘୋଷ, ସୁରେଶ ଘୋଷ, ଅବିନାଶ ଜେନା, ଦିଲ୍ଲୀପ ନାହାକ, କାର୍ତିକ ତରାଇ ପ୍ରମୁଖ ଉପସ୍ଥିତ ଥିଲେ l ଏହି ବନ୍ଧୁ ମିଳନର ଆୟୋଜନ ମହିଳା ଅଭିନେତ୍ରୀ ଉଷା କରିଥିଲେ। ଏଥିରେ ସମସ୍ତ କଳାକାରମାନେ ନିଜ ନିଜ ଅଭିନୟ ସମ୍ପର୍କରେ ଆଲୋଚନା କରିଥିଲେ।

 

Share
Tags: ganjamodisha