ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଗଞ୍ଜାମ,(ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ବ୍ଲକ ପ୍ରଶାସନର ନେତୃତ୍ୱରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ତତ୍ତ୍ୱାବଧାନରେ ବ୍ଲକ ଟିମ ବିଭିନ୍ନ ସାଇକ୍ଲୋନ ସେଣ୍ଟରରେ ବୈଠକ କରି ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ଯୋଜନା କରୁଛି।

ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଓ ନଦୀ, ନାଳ ଏବଂ ବିଦ୍ୟୁତ୍ ଖୁଣ୍ଟି ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଓ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ପାଇଁ ମାଇକ ଯୋଗେ ସଚେତନତା କରାଯାଉଛି। ଜାଲ ଓ ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିଡ଼ିଓ ଯାନୀ କହିଛନ୍ତି ଯେ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରହିଛି।

ସମୁଦ୍ରକୂଳ ନିକଟବର୍ତ୍ତୀ ରାମଗଡ଼ ଓ ପାଳିବନ୍ଧ ପଞ୍ଚାୟତର ପ୍ରାୟଗି, ହୁମା, ମାଳି ଜଗନ୍ନାଥପୁର, ଗଡ଼ହୁମା, ପୁରୁଣାବନ୍ଧ, ଗୋଖରକୁଦା ଆଦି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ବିଡ଼ିଓଙ୍କ ସହ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅମୀୟ ରଞ୍ଜନ ନାୟକ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅପର୍ଣ୍ଣା ଅଭିଲିପ୍ସା ଓ ମେରାଇନ ଥାନା ପୋଲିସ ପ୍ରମୁଖ ସାଇକ୍ଲୋନ ସେଣ୍ଟର ପରିଦର୍ଶନ କରି ପ୍ରସ୍ତୁତି ଦେଖୁଛନ୍ତି।

 

Share