ଛତିଶଗଡ଼କୁ ଗଞ୍ଜେଇ ଚାଲାଣ: ଜଣଙ୍କ ପରେ ଜଣଙ୍କୁ  ମାଡ଼ିବସିଲା

ତୁମୁଡିବନ୍ଧ,୧୯।୯(ଦୀପକକୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସକୁ ଏକ ବଡ ସଫଳତା ମିଳିଛି। ବାଲିଗୁଡା ଥାନା ଅଞ୍ଚଳରୁ  ଛତିଶଗଡ଼କୁ ୧୮୦କିଗ୍ରା ଗଞ୍ଜେଇ ଚୋରା ଚାଲାଣବେଳେ ତୁମୁଡିବନ୍ଧ ପୋଲିସ କାବୁ କରିଛି।
ସୂଚନାନୁସାରେ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ମିଶନ ଜହରଦ୍ୱାରା  ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବାରେ ସଫଳ ହେଉଛନ୍ତି। ଶୁକ୍ରବାର ସାରେ କୌଣସି ପ୍ରକାରେ ସୂଚନାପାଇ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଏଏସ୍‌ଆଇ ଅମ୍ବିକା ପାତ୍ର ଏକ ଟିମ୍‌ ଗଠନକରି ବ୍ରହ୍ମପୁଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର  ଡଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚାଲାଣ କରୁଥିବା  ତିନି ଜଣକୁ ତୁମୁଡିବନ୍ଧ ପୋଲିସ କାବୁ କରିଛି । ବାଲିଗୁଡା ଥାନାଞ୍ଚଳ ବୋରିକିଆ ଗ୍ରାମର ୫ ଯୁବକ  ଛତିଶଗଡକୁ ଗୋଟିଏ  O D୧୨A -୦୬୮୯ ଅଟୋ ମାଧ୍ୟମରେ ୧ କୁଇଣ୍ଟାଲ ୮୦ କିଲୋ ଗଞ୍ଜେଇ ଚାଲାଣ କରୁଥିବାବେଳେ  ଦୁଇଟି ମୋଟର ସାଇକେଲ OD ୧୨D-୫୩୨୧ ଓ OD୦୨X-୧୩୨୧ ପଲସର ମୋଟର ସାଇକେଲ ସହ ୩ ଜଣ ଯୁବକ ଗିରଫ କରିଥିବାବେଳେ ୨ ଜଣ ଫେରାର ହେଇଥିବା ସୂଚନା ଦେଇଛନ୍ତି।
ସେମାନେ ହେଲେ ବୋରିକିଆ ଗ୍ରାମର ଏଲଟର ଦିଗାଲ,ଅଶୋକ ମଲ୍ଲିକ ଓ ଗଜେନ୍ଦ୍ର ମଲ୍ଲିକ। ସେମାନଙ୍କ ପାଖରୁ  ୩ ମୋବାଇଲ ଓ ତିନି ସହ ଟଙ୍କା ନଗଦ ମିଳିଛି। ଏମାନେ ତୁମୁଡିବନ୍ଧ ଥାନାଞ୍ଚଳ ଛକର ବାଇପାସ ରାସ୍ତା ବାଟବାଡ଼ି ଗ୍ରାମ ଦେଇ  ସୁନାଗାଁ ବାହାରି ଏମ ରାମପୁରରୁ ଛତିଶଗଡ ଯିବାପାଇଁ ଯୋଜନା କରିଥିବାବେଳେ ତୁମୁଡିବନ୍ଧ ପୋଲିସ ସେମାନଙ୍କ ଯୋଜନାକୁ ଫଣ୍ଡ କରିଛି। ଗିରଫ ପରେ ଗିରଫ କରିଥିବା ସ୍ଥାନରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇର ଓଜନ କରାଯିବାପରେ ଜବତ ଗଞ୍ଜେଇକୁ ତୁମୁଡିବନ୍ଧ ଥାନାକୁ ଅଣାଯାଇଥିଲା। ତେବେ ତୁମୁଡିବନ୍ଧ ଥାନାରେ ୧୧୫/୨୫ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଆଶୁତୋଷ ଜେନା କହିଛନ୍ତି ।