ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍ ଉଦୟଗିରୀ ଏସଡିପିଓ ରାକେଶ କୁମାର ସାହଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ମୁକ୍ତ ଅଭିଯାନ ଚାଲିଛି। ମୋହନା ଥାନା ଓ ଆର୍ ଉଦୟଗିରି ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଥିବା ନେଇ ପୋଲିସ ପକ୍ଷରୁ ସୁଚନା ମିଳିଛି। ହେଲେ ଅଡବା ଅଞ୍ଚଳରେ ଗଞ୍ଜେଇ ଚାଷ କରି ରାତାରାତି କୋଟିପତି ହେବା କିଛି ଗଞ୍ଜେଇ ବେପାରୀ ଆଶା ରଖିଛନ୍ତି।
ଯାହାକୁ ନେଇ ଅଡବା ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି। ଅଡବା ଥାନା ଅନ୍ତର୍ଗତ ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଗଞ୍ଜେଇ ଗଚ୍ଛିତ ରଖା ଯାଇଥିବା ନେଇ ପୋଲିସ କୁ ସୂଚନା ମିଳିଥିଲା। ଯାହା ଫଳରେ ପୋଲିସ ଗାଁରେ ଚଢ଼ାଉ କରି ଆନ୍ଦ୍ରୀୟ ମଣ୍ଡଳଙ୍କ ଘରୁ ଗଞ୍ଜେଇ ବାହାରିଥିଲା। ଉକ୍ତ ଗଞ୍ଜେଇ ମୋହନା ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା ଯାହାର ପରିମାଣ ୭୦ କିଲୋ ହୋଇଥିବା ବେଳେ ପାଖା ପାଖି ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୁଚନା। ଅଡବା ଥାନା ରେ ୬୬/୨୬ ରେ ଏଣ୍ଡିପିଏସ ମାମଲା ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।