ନୂଆପଡ଼ା,୧୫ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ ଜୋଙ୍କ ଥାନା ପୋଲିସ ସୋମବାର ବିପୁଳ ପରିମାଣ ଗଞ୍ଜେଇ ଜବତ କରି ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇ ଗାଁର ବବ୍ଲୁ ପ୍ରଧାନ (୨୬) ଓ କୋଦାଳା ଥାନା ଫାଶି ଗାଁର ଟୁଲୁ ଦଲେଇ (୨୫)। ନୂଆପଡ଼ା ଏଦ୍ପି ଅମୃତ ପାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜୋଙ୍କ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ଏକ ଟିମ୍ ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖରିଆର ରୋଡ ଜଳାରାମ ଲଜ୍ ସମ୍ମୁଖରେ ବ୍ୟାଗ୍ ଧରିଥିବା ଉପରୋକ୍ତ ୨ ଯୁବକଙ୍କୁ ପୋଲିସ ସନ୍ଦେହ କରି ଯାଞ୍ଚ କରିଥିଲା। ପୋଲିସ ବ୍ୟାଗରେ ଥିବା ୯ କିଗ୍ରା ୮୬୮ ଗ୍ରାମ ଗଞ୍ଜେଇ ସହ ଅଭିଯୁକ୍ତଙ୍କଠାରୁ ୨ ମୋବାଇଲ ନଗଦ ୫ହଜାର ଟଙ୍କା ଜବତ କରିଥିଲା। ଏ ନେଇ ଜୋଙ୍କ ଥାନାରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଥାନା ଅଧିକାରୀ ଧରୁଆ ସୂଚନା ଦେଇଛନ୍ତି।