ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ ବୋର୍ଡ। ବଲାଙ୍ଗୀର ଜିଲା ତୁରକେଲା ଥାନାର ବହୁ ଚର୍ଚ୍ଚିତ ନାବାଳିକା ଗଣବଳାତ୍କାର ଘଟଣାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଥିଲା । ସେ ଭିତରୁ ପାଞ୍ଚ ଜଣ ପନ୍ଦର ବର୍ଷରୁ କମ୍ ବୟସର ହୋଇଥିବାବେଳେ, ଜଣେ ସତର ବର୍ଷ ବୟସର। ତୁରକେଲା ପୋଲିସ ଅଭିଯୁକ୍ତ ନାବାଳକମାନଙ୍କୁ ବଲାଙ୍ଗୀର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପାଞ୍ଚ ଜଣଙ୍କୁ ଭବାନୀପାଟଣା ବାଳସୁଧାର ଗୃହ ଏବଂ ଜଣକୁ ରାଉରକେଲା ସୁରକ୍ଷିତ ଆଶ୍ରୟ କେନ୍ଦ୍ରକୁ ପଠାଯାଇଛି । ଅନ୍ୟପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଛନ୍ତି ଡି. ସି. ପି. ୟୁ ଏବଂ ଶିଶୁ ମଙ୍ଗଳ କମିଟି । ଉତ୍ତରାଞ୍ଚଳ ଆଇ. ଜି ହିମାଂଶୁ ଲାଲ ଛୋଟ ପିଲାମାନଙ୍କୁ ରାତି ସମୟରେ ମୋବାଇଲ ନ ଦେବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ।